ଯେବେ ସେ ମୋ ସହରରେ ପାଦ ଦିଏ
ଯେବେ ସେ ମୋ ସହରରେ ପାଦ ଦିଏ
ଯେବେ ସେ ମୋ ସହରରେ ପାଦ ଦିଏ,
ମୋ ସ୍ମୃତି କୁ ମାଟିର ପ୍ରତି ଧୂଳି ବିନ୍ଦୁରେ,
ସେ କୁଆଡେ ଅନୁଭବ କରିପାରେ,
ମନେ ମନେ ମତେ ସାଥିରେ ପାଇଚି ଭାବି ହସେ।।
ଯେବେ ସେ ମୋ ସହରରେ ପାଦ ଦିଏ,
ତାକୁ କୁଆଡେ ସବୁ ଅଚିହ୍ନା ସ୍ଥାନ ବି,
ପୂର୍ବ ପରିଚିତ ପରି ଅନୁଭବ ହେଇଥାଏ,
ହଁ ମୁଁ ଆଗରୁ ଶୁଣିଛି କହି ଉତ୍ତର ରଖେ।।
ଯେବେ ସେ ମୋ ସହରରେ ପାଦ ଦିଏ,
ମୋ ପାଇଁ ଅଜଣା ରାସ୍ତା ଗୁଡା ବି ତା ପାଇଁ ନିଜର ଲାଗେ,
କାରଣ ସେ କହେ,
ଯଦି ସେ ମତେ ଅଚିହ୍ନା ହେଇ ବି ନିଜର କରିପାରିଲା,
ତେବେ ଏହି ସହର କୋଉ ବଡ କଥା ଯେ।।
ଯେବେ ସେ ମୋ ସହରରେ ପାଦ ଦିଏ,
କେବେ କେବେ କାଳେ ଅଚିହ୍ନା ମୁହଁ ବି,
ତା ପାଇଁ ପରିଚିତ ଲାଗେ,
ମୋ ହସ ପରି ବି ଆଉ କିଏ ହସି ଦେଲେ ତାକୁ ମୁଁ ପରି ଲାଗେ।।
ଯେବେ ସେ ମୋ ସହରରେ ପାଦ ଦିଏ,
ପୁରା ଅପରିଚିତ ସହର ବି କେବଳ ମୋ ପାଇଁ,
ତାକୁ ପରିଚିତ ଲାଗେ,
ବାସ ଫରକ ଏତିକି ସେ ମୋ ସହର ଯାଏ ପହଁଚି ପାରେ....
ଆଉ ମୁଁ ପାରେନା.....
ନାମ - ସୁହାସିନି ପଟ୍ଟନାୟକ
ଜିଲ୍ଲା - କେନ୍ଦୁଝର
ଗ୍ରାମ - ବଡରମ୍ପାସ