Hot Posts

6/recent/ticker-posts

ରଜ ମଉଜ


ରଜ ମଉଜ
**********


ଥିରି ଥିରି ଯାଏ ଗ୍ରୀଷ୍ମ ପ୍ରବାହ ଯେ
ବର୍ଷା ଆସେ ଧିରେଧିରେ
ଝିପିଝିପି ବର୍ଷା ଗୁମୁଗୁମି ଲାଗେ
ମୌସୁମୀ ର ପ୍ରଭାବରେ ।
ପାର୍ବଣ ଋତୁ ର ଆରମ୍ଭ ହୁଅଇ
ଘରେ ଘରେ ହୁଏ ପୂଜା
ରଜ ସଂକ୍ରାନ୍ତି ଟି ଅନ୍ୟତମ ଅଟେ
ମିଳଇ ଅପୂର୍ବ ମଜା।
ଜ୍ଯୋଷ୍ଠ ମାସେ ପଡେ ରଜ ସଂକ୍ରାନ୍ତି ଯେ
ତିନି ଦିନ ମାନି ଥାନ୍ତି
ଆଦ୍ୟ ମଧ୍ୟ ଶେଷ ଏ ତିନି ଦିନ ରେ
ନାରୀ କିଛି ନ କରନ୍ତି।
ଚତୁର୍ଥ ଦିନରେ ବସୁମତୀ ସ୍ନାନ
ମହାଲକ୍ଷ୍ମୀ ଙ୍କ ଗାଧୁଆ
ପିଠା ଓ ମିଠା ରେ ପାଳନ୍ତି ସଭିଏଁ
ବୁଲନ୍ତି କରିଣ ମଜା।
କୃଷିର ପରବ କୃଷକ ଆନନ୍ଦ
ଧରିତ୍ରୀ ଯେ ରଜସ୍ୱଳା
କୃଷି ଉପଯୋଗୀ ଜମିର ମୂର୍ତ୍ତିକା
ଏଣୁ ହୁଏ ରଜ ମେଳା।
ପୃଥିବୀ ମାତା ର ଆଶିର୍ବାଦ ନେଇ
ଚାଷୀ କୁଳ ଚାଷ କରେ
ସନାତନ ଧର୍ମ ନୀତି ନିୟମ ରେ
ଏହାକୁ ପାଳନ୍ତି ଘରେ।
ବୃକ୍ଷ ପଲ୍ଳବିତ କୁସୁମେ ଶୋଭିତ
ସବୁଜିମା ଚାରିଆଡେ
ହଳିଆ ର ଗୀତ ବେଙ୍ଗ ର ସଙ୍ଗୀତ
ରଜ ପରେ ମନେ ପଡ଼େ।
ଦୋଳି ଖେଳ ହୁଏ ପାନ ଖିଆ ଯାଏ
ନୂଆଁ ପୋଷାକ ପିନ୍ଧନ୍ତି
ତିନି ଦିନ ଧରି ହସ ମହୋତ୍ସବ
ବଜାର ବୁଲି ଯାଆନ୍ତି।
ଗଣ ପର୍ବ ଅଟେ ମୋ ଜନ୍ମ ମାଟି ର
ଓଡ଼ିଆ ଗର୍ବ ଗୌରବ
ବାର ମାସେ ତେର ପରବ ହୁଅଇ
ଆମ ସଂସ୍କୃତି ର ଗର୍ବ।
ଓଡ଼ିଆ ଐତିହ୍ୟ ଓଡ଼ିଆ ସଂସ୍କୃତି
ଓଡ଼ିଆ ଙ୍କ ପରମ୍ପରା
ଅନ୍ୟ କେଉଁ ଦେଶେ ଦେଖାଯାଏ ନାହିଁ
ଜାଣନ୍ତି ଜଗତ ସାରା।



ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା ଗଜପତି