Hot Posts

6/recent/ticker-posts

ବିପଦ ମାନଚିତ୍ରରେ ରହିଛି ରାସ୍ତା , ଠିକାଦାର ଗାଏବ — ଝାରବନ୍ଧରେ ଲେଖା ହେଉଛି ଦୁର୍ନୀତିର ଅନ୍ୟ ଏକ ଅଧ୍ୟାୟ

ବରଗଡ଼, ୪ / ୬ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ସରକାରୀ ପ୍ରକଳ୍ପଗୁଡିକର ଚାଳନ ଓ ପ୍ରବନ୍ଧନ ପ୍ରଣାଳୀ ପୁଣିଥରେ ପ୍ରଶ୍ନଚିହ୍ନରେ। ଝାରବନ୍ଧ ଓ ସରଗୁଲ ବିଚ୍ଛିନ୍ନ ଗ୍ରାମ୍ଯଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ପ୍ରଶସ୍ତିକରଣ କାମ ବର୍ତ୍ତମାନ ବିପଦର ଅଭିନବ ମାନଚିତ୍ର ହୋଇଯାଇଛି।ଠିକାଦାର କମ୍ପାନୀ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ କଲେ ମଧ୍ୟ, ନିୟମାନୁସାରେ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ବା ରୁଗୁଡ଼ି ଭରା କାମ କରିବାକୁ ବଞ୍ଚିଯାଇଛି। ଫଳରେ ଅଧା-ନିର୍ମିତ ରାସ୍ତା ସାଇଡ୍ ଦେଖିଲେ ମନେ ହୁଏ— ଏହା ଉନ୍ନତି ନୁହେଁ, ଅନୁନତିର ଉଦାହରଣ। ଗତ କିଛି ସପ୍ତାହ ଧରି ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି। ସାଇକେଲ ଓ ଦୁଇଚାକି ଯାନ ଚାଳକମାନେ ଏହି ଅଧନିର୍ମିତ ରାସ୍ତାର ଅବ୍ୟବସ୍ଥା ଯୋଗୁ ଆଘାତ ପାଇ ଦୁର୍ଘଟଣା ଶିକାର ହେଉଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନେ ଏହି ଅବ୍ୟବସ୍ଥା ପ୍ରତି ଅବିଚଳ ଅଟଳ ମୌନ ଅବସ୍ଥା ଗ୍ରହଣ କରିଥିବା ପ୍ରତିତ ହେଉଛି।ଜନସାଧାରଣ ମଧ୍ୟରେ ଏବେ ଆବାଜ଼ ଉଠିଛି — ଏହି ଠିକାଦାର କିଏ? କିଏ ଏହାକୁ  ଅର୍ଦ୍ଧନିର୍ମିତ ଏବଂ ବିପଜ୍ଜନକ ରାସ୍ତା କରି ଛାଡିଦେଇଛି ଯାହା ଜନଜୀବନକୁ ବିପଦରେ ଠେଲି ଦେଉଛି, ସେଥିପାଇଁ କିଏ ଦାୟୀ?ସାଧାରଣ ଲୋକଙ୍କ ଦାବି, ଯଥାସୀଘ୍ର ଆରଡି ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରନ୍ତୁ ଓ ଦାୟୀଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନିମ୍ନମାନର ନିର୍ମାଣ, ଅଧଅଧୂରା ପ୍ରକଳ୍ପ ଓ ପ୍ରଶାସନର ନିର୍ବିକଳ ଧାରା ଏକ ଅସ୍ୱୀକୃତ ଶାସନ ଉଦାହରଣ ହେବାକୁ ଯାଉଛି।