Hot Posts

6/recent/ticker-posts

ପଦ୍ମପୁରର ୬ଟି ବିଦ୍ୟାଳୟର CBSE ପରୀକ୍ଷାଫଳ ଏ ପର୍ଯ୍ୟନ୍ତ ଅଘୋଷିତ

ପଦ୍ମପୁର, ୧୪ / ୫ :  — ଦେଶବ୍ୟାପୀ ଭାବେ ମଙ୍ଗଳବାର ପ୍ରକାଶ ପାଇଥିବା କେନ୍ଦ୍ରୀୟ ବୋର୍ଡ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସ୍ଥିତ ୬ଟି ପ୍ରମୁଖ ବିଦ୍ୟାଳୟର ନାମ ଅନୁପସ୍ଥିତ ଥିବା ବେଳେ ଅଭିଭାବକ ମହଳରେ ଗଭୀର ଚିନ୍ତା ବ୍ୟାପିଛି।
ପାଇକମାଳ ବ୍ଲକର ଫ୍ରେଜରପୁର ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ବାନ୍ଦୁପାଲି ଓଡିଶା ଆଦର୍ଶ ବିଦ୍ୟାଳୟ (ରାଜବୋଡା ସମ୍ବର ), ପଦ୍ମପୁର ପବ୍ଲିକ ସ୍କୁଲ, ଜେନିଥ୍‌ ଲାୟନ୍ସ ଗୁରୁକୁଳ ବିଦ୍ୟାଳୟ, ସୋହେଲା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ, ଓ ଗାଇସିଲେଟ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ— ଏହି ସମସ୍ତ ବିଦ୍ୟାଳୟର ପରୀକ୍ଷାଫଳ ଏପର୍ଯ୍ୟନ୍ତ ବୋର୍ଡ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଦେଖି ସଂଶୟ ଓ ଅସନ୍ତୋଷ ବୃଦ୍ଧି ପାଇଛି।
ଅଭିଭାବକମାନଙ୍କ କହିବା ଅନୁଯାୟୀ, ଏହି ବିଳମ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଅସର ପକାଇପାରେ। ବିଶେଷକରି ଯେଉଁମାନେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଫଳାଫଳ ଅବଶ୍ୟକ । ଏହିପରି ପରିସ୍ଥିତିରେ ଅନେକ ଅଭିଭାବକ କେନ୍ଦ୍ରୀୟ ବୋର୍ଡ ପାଖରେ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି।