Hot Posts

6/recent/ticker-posts

ଚିକିତ୍ସା ନାମରେ ଠକେଇ –ଧରାପଡ଼ିଲେ ଦଶମ ପାସ୍ ନକଲି ଡାକ୍ତର

ଛତ୍ରପୁର, ୨୭ / ୫ :  – ସ୍ୱାସ୍ଥ୍ୟ ଏବଂ ମାନବ ଜୀବନ ସହ ଯେପରି ଭାବରେ ଠିକାଣା ନଥିବା ଲୋକେ ଖେଳ ଖେଳୁଛନ୍ତି, ତାହାର ଜୀବନ୍ତ ଉଦାହରଣ ହେଉଛନ୍ତି ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ‘ନକଲି ଡାକ୍ତର’ ପ୍ରସନ୍ନଜିତ ସରକାର। ଦଶମ ଶ୍ରେଣୀ ପାସ୍ କରିଛନ୍ତି ବେଶି, ଡାକ୍ତରୀ ଶିକ୍ଷା ଦୂରର କଥା, କିନ୍ତୁ ଚାରି ବର୍ଷ ହେଉଛି ଏଠାରେ ଘରୋଇ କ୍ଲିନିକ୍ ଚଳାଇ ରୋଗୀ ଚିକିତ୍ସା କରୁଛନ୍ତି।
ପ୍ରମାଣପତ୍ର ନାହିଁ, ଲାଇସେନ୍ସ ନାହିଁ, ତଥାପି ଦୈନିକ ଦରଜନେ ଅଧିକ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସ୍ୱୟଂ ସେ ଏହି କଥା ସ୍ୱୀକାର କରି ଭବିଷ୍ୟତରେ ଲାଇସେନ୍ସ ନେବେ ବୋଲି କହିଛନ୍ତି। ଅଦ୍ଭୁତ କଥା ଏହିଯେ, ସେ ଏଠାରେ ଆଧାର କାର୍ଡ, ଭୋଟ ପରିଚୟପତ୍ର ପର୍ଯ୍ୟନ୍ତ କରି ସ୍ଥାନୀୟ ଚାଲିଛନ୍ତି।
ଅନୁଚିତ ଚିକିତ୍ସା ପ୍ରଣାଳୀ ଦ୍ୱାରା ଜଣେ ନୁହଁନ୍ତି, ଅନେକ କୋଲକାତା ଓ ଅନ୍ୟାନ୍ୟ ସ୍ଥାନରୁ ଆସି ଏହି ଅଞ୍ଚଳରେ ଗାଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ନିଜ ଅଞ୍ଚଳର ଏହି ଚିକିତ୍ସକଙ୍କୁ ଲୋକେ ପ୍ରଥମ ଭରସା କରନ୍ତି, କିନ୍ତୁ ଯେତେବେଳେ ଅବସ୍ଥା ଗୁରୁତର ହୁଏ, ତେବେ ଛତ୍ରପୁର ବା ବ୍ରହ୍ମପୁର ମେଡିକାଲର ଦ୍ୱାର ଢୋକିବାକୁ ବାଧ୍ୟ ହୁଅନ୍ତି। ଏହା ମାତ୍ର ଚିକିତ୍ସା ନୁହେଁ, ଏହା ଜୀବନ ନଷ୍ଟ କରିବାର ଖେଳ।
ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ନଜରରେ ଏପରି ଅନୁଚିତ ଚିକିତ୍ସା କେମିତି ଅସ୍ତିତ୍ୱ ରଖିପାରିଛି? କେବେ ଦୂରତା ମାତ୍ର ୫ କି.ମି., କିନ୍ତୁ ଦୃଷ୍ଟିର ଦୂରତା ହଜାର କି.ମି. ପର୍ଯ୍ୟନ୍ତ!