ନାବାଳିକା ନାତୁଣୀ ଉପରେ ଦୁଷ୍କର୍ମ ଚେଷ୍ଟା କଲା ଅଜା , ବିରୋଧ କରିବାକୁ ଯାଇ ତୀରମାଡରେ ଗୁରୁତର ପିତା
କରଞ୍ଜିଆ, ୨୭ / ୫ : – ଏକ ଅନ୍ୟନ୍ୟ ଲଜ୍ଜାଜନକ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳର ହାତୀଗୋଡା ଗ୍ରାମ ଅନ୍ତର୍ଗତ ଜିରୁମସାହିରେ ଜଣେ ନାବାଳିକା ଉପରେ ଦୁଷ୍କର୍ମ ଉଦ୍ୟମ କରିବା ଚେଷ୍ଟା ବିଫଳ ହେବା ସହିତ, ବିରୋଧ କରିଥିବା ତାଙ୍କ ପିତା ଏକ ତୀରମାଡରେ ଗୁରୁତର ହେବାର ଘଟଣା ସାମ୍ନାକୁ ଆସିଛି।
ସୂତ୍ରଅନୁଯାୟୀ, ଗ୍ରାମର ୬୫ ବର୍ଷୀୟ ରାଧେଶ୍ୟାମ ବାଣ୍ଡିଆ ନାମକ ଜଣେ ସମ୍ପର୍କୀୟ ଅଜା, ନିଜ ୮ ବର୍ଷର ନାତୁଣୀକୁ ଆମ୍ବ ଖୁଆଇବା ନାମରେ ଜଙ୍ଗଲକୁ ନେଇ ଯାଇ ଦୁଷ୍କର୍ମ କରିବା ଉଦ୍ୟମ କରୁଥିବା ବେଳେ ନାବାଳିକାଙ୍କ ମା’ ଏହି ଦୃଶ୍ୟ ଦେଖି ଅଟକାଇଥିଲେ । ଏହି ଘଟଣା ବାପା ବିଶ୍ରା ବାଣ୍ଡିଆଙ୍କୁ ଜଣାଯିବା ପରେ ସେ ଅଭିଯୁକ୍ତ ସହ ବଚସା କରିଥିଲେ। ବିବାଦ ଦେଖି ରାଧେଶ୍ୟାମ ତୀବ୍ର ରୂପ ଧାରଣ କରି ଧନୁ-ତୀର ଆଣି ବିଶ୍ରାଙ୍କ ଉପରେ ତୀରମାଡ କରିଥିଲେ, ଯାହାରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ବାଧ୍ୟ ହୋଇଛନ୍ତି। ଘଟଣା ପରେ ନାବାଳିକାଙ୍କ ବାପା-ମା’ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଥିବା ବେଳେ, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଗ୍ରାମ ଓ ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି କରିଛି।