Hot Posts

6/recent/ticker-posts

ବଜ୍ରପାତ ଲାଗି ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ, ୩୦ ଛେଳି ଜୀବନ୍ତ ଦଗ୍ଧ

ଦିଗପହଣ୍ଡି, ୩୧ / ୫ : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ଗ୍ରାମରେ ଏକ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର କୁମ୍ଭାର ସାହି ଅଞ୍ଚଳରେ ଅବସ୍ଥିତ ଗୋଠ ଚାଳକ କେଶବ ଗୌଡ଼ଙ୍କ ଗୁହାଳ ଘର ଶୁକ୍ରବାର ରାତି ୧୨ଟା ଠାରେ ବଜ୍ରପାତ ଲାଗି ଅଗ୍ନିକାଣ୍ଡରେ ଜଳିଗଲା। ଏହି ଅଗ୍ନିଜ୍ୱାଳାରେ କେବଳ ଗୁହାଳ ଘର ନୁହେଁ, ତାଙ୍କ ଜୀବିକାର ମୂଳ ଆଧାର ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୨୫ଟି ଛେଳି ଗଭୀର ଭାବେ ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଘଟଣା ସମ୍ବନ୍ଧରେ ଖବର ମିଳିବା ସହିତ ପୋଡ଼ାମାରି ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ। ଅଗ୍ନିଶମ କର୍ମଚାରୀ ବିଳମ୍ବ ନ କରି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅର୍ଦ୍ଧଦଗ୍ଧ ପ୍ରାଣୀମାନଙ୍କୁ ରକ୍ଷା ପାଇଁ ପ୍ରାଣୀ ଚିକିତ୍ସା ବିଭାଗର ଟିମ୍‌ ଗ୍ରାମକୁ ପହଞ୍ଚି ଆବଶ୍ୟକ ଚିକିତ୍ସା ପ୍ରଦାନ କରିଛନ୍ତି। କେଶବ ଗୌଡ଼ ଏକ ଗରିବ ଓ ଅସହାୟ କୃଷକ। ଧାରକରଜ କରି ସେ ଛେଳି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ଅପରିହାର୍ଯ୍ୟ ଦୁର୍ଘଟଣା ପରେ ସେ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି, ଓ ତାଙ୍କ ଭବିଷ୍ୟତ ପ୍ରତି ଗଭୀର ଅନିଶ୍ଚିତତା ରହିଛି।ଘଟଣାପରେ ସରପଞ୍ଚ ସନ୍ତୋଷ ବିଷୋୟୀ ଦାବି କରିଛନ୍ତି ଯେ, ରାଜ୍ୟ ସରକାର କେଶବଙ୍କ ପାଇଁ ଆପାତକାଳୀନ ସାହାଯ୍ୟ ଘୋଷଣା କରିବା ଦ୍ୱାରା ତାଙ୍କ ନୂଆ ସାଂଘିକ ଜୀବନକୁ ପୁନର୍ନିର୍ମାଣ କରିବା ଅବସର ଦିଅ।