Hot Posts

6/recent/ticker-posts

ମା ତାରାତାରିଣୀଙ୍କ ସରଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣ ଓଡ଼ିଶାର ପବିତ୍ର ଶକ୍ତିପୀଠ ମା' ତାରାତାରିଣୀଙ୍କ ଦର୍ଶନରେ ଯୋଗଦେଇଛନ୍ତି। ପୂଜାର୍ଚ୍ଚନା ପାଇଁ ୨୦ ମିନିଟ୍ ଧରି ମୁଖ୍ୟମନ୍ତ୍ରୀ ମା’ଙ୍କ ପାଖରେ ବସି ରାଜ୍ୟର ସମୃଦ୍ଧି, ଶାନ୍ତି ଓ ଲୋକମାନଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଛନ୍ତି । "ବିକଶିତ ଓ ସମୃଦ୍ଧ ଓଡ଼ିଶା ପାଇଁ ମୁଁ ମା’ ତାରାତାରିଣୀଙ୍କ ଚରଣେ ଅଂଜଳି ଦେଲି," ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ସେ ଏହି ପୀଠର ବିକାଶ ନିମନ୍ତେ ବିହିତ ପଦକ୍ଷେପ ଘୋଷଣା କରି ସଂପୂର୍ଣ୍ଣ ପୁନର୍ନିର୍ମାଣ ଓ ଅନୁସାଙ୍ଗିକ ସୁବିଧା ପାଇଁ ଭବିଷ୍ୟତ ଯୋଜନା ସୂଚିତ କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ମାଝୀ ଗାଙ୍ଗଦହଣୀର ଏକ ଶତଵାର୍ଷୀୟ ବିଦ୍ୟାଳୟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ନିର୍ମାଣ ଉପରେ ଉତ୍ସାହିତ କଲେ ବୋଲି ଖବର ମିଳିଛି ।