ନଇଁଲା ପଶ୍ଚିମବଙ୍ଗ, ଦୀଘା ମନ୍ଦିର ସାମ୍ନାରୁ ହଟିଲା! ‘ଜଗନ୍ନାଥ ଧାମ’ ଲେଖା
ପ୍ରବଳ ବିରୋଧରେ ନଇଁଲା ପଶ୍ଚିମବଙ୍ଗ, ଦୀଘା ମନ୍ଦିର ସାମ୍ନାରୁ ‘ଜଗନ୍ନାଥ ଧାମ’ ଲେଖା ହଟିଲା! ଦୀଘା ମନ୍ଦିର ସାମ୍ନାରୁ ଏହି ଲେଖାକୁ ଅପସାରଣ କରାଯିବା ପରେ ଓଡିଆ ଲୋକମାନଙ୍କ ମଧ୍ୟରେ ସ୍ୱଳ୍ପ ଆଶ୍ୱାସ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ପ୍ରମାଣ ସହ ପୂର୍ବ ପର ଫଟୋ ପୋଷ୍ଟ କରି ଏହି ଘଟଣା ସ୍ପଷ୍ଟ କରିଛନ୍ତି। ବିବାଦ ତେଜିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୁହଁ ଖୋଲି ଯାହା କଲେ, ତାହା ଆଉ ଆଗକୁ ରାଜନୈତିକ ଅସନ୍ତୁଷ୍ଟିକୁ ଉଦ୍ଭବ କରାଇଛି। ଏପରି ଘଟଣା ଓଡିଆ ସ୍ବାଭିମାନରେ ପ୍ରଶ୍ନ ଉଠାଇଛି। ସୋସିଆଲ ମିଡିଆରେ ‘#BoycottPuriTourism’ ଟ୍ରେଣ୍ଡ କରିବା ସହ ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀ ଆସିବା ବାରଣର ମାନସିକତା ବି ଭୟଙ୍କର ରୂପ ନେଇଛି ବୋଲି ଖବର ମିଳିଛି ।