ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ! ଉତ୍ତର ପ୍ରଦେଶର ଆମରୋହା ନିବାସୀ ଶାମିଙ୍କୁ ଇମେଲ ମାଧ୍ୟମରେ ଏହି ଧମକ ମିଳିଥିବା ତାଙ୍କ ଭାଇ ହସିବଙ୍କ ମାଧ୍ୟମରେ ପୋଲିସ ନିକଟକୁ ପହଞ୍ଚିଛି। ଧମକପୂର୍ଣ୍ଣ ଇମେଲ ଆସିଛି “ରାଜପୁତ ସିନ୍ଧର” ନାମକ ଏକ ମେଲ ଆଇଡିରୁ, ଯେଉଁଥିରେ ସାଫ୍ କୁହାଯାଇଛି — “୧ କୋଟି ଟଙ୍କା ଦିଅ, ନହେଲେ ତୁମ ଜୀବନ ଶେଷ!” ମେ’ ୪ ରେ ପ୍ରଥମ ଧମକ ଆସିଥିଲା, ଏବଂ ଆଜି ସକାଳେ ଦ୍ୱିତୀୟ ଇମେଲ ମିଳିଛି। ଧମକରେ କୁହାଯାଇଛି, "ସରକାର ଆମକୁ ରୋକିପାରିବ ନାହିଁ!" ଆମରୋହା ଏସ୍ପି ଅମିତ କୁମାର ଆନନ୍ଦଙ୍କ ନିର୍ଦ୍ଦେଶରେ ସାଇବର ସେଲ୍ ମାମଲା ଗୁରୁତ୍ୱର ସହିତ ତଦନ୍ତ କରୁଛି। ଏହି ସଂକଟକାଳୀନ ସମୟରେ ଶାମି ଆଇପିଏଲ୍ 2025 ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି ବୋଲି ଖବର ମିଳିଛି