ସ୍କୁଲ ଛୁଟି ଆଦେଶ କୁ ଅଣଦେଖା
ଓଡ଼ିଶାରେ ତାପମାନ ୪୫ ଡିଗ୍ରୀରେ ପହଁଚିଛି , ରାଜ୍ୟ ସରକାର ଘୋଷଣା କରିଛି ସମସ୍ତ ସ୍କୁଲ ବନ୍ଦ! କିନ୍ତୁ ଏହି ଆଦେଶକୁ ଅଣଦେଖା କରି କିଛି ସ୍କୁଲ ଚାଲୁରହିଛି! ଏହି ଅନ୍ୟାୟ ଚାଲିବ ନାହିଁ — ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଡିଇଓମାନଙ୍କୁ ଦେଲେ କଠୋର ନିର୍ଦ୍ଦେଶ! ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଚିଠି ଅନୁଯାୟୀ, ଯେଉଁ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଛୁଟି କୁ ଅବମାନନା କରିଛି, ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ବିଭାଗ! ୨୨ ଏପ୍ରିଲ୍ ୨୦୨୫ ଠାରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା ସତ୍ତ୍ୱେ, ଅନେକ ସ୍କୁଲ ଚୁପଚାପ ଚାଲି ରହିଛି — ଏହା ସ୍ପଷ୍ଟ ଅନୁଶାସନ ଭଙ୍ଗ! ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ହେଉଛି ଖେଳ! ବିଭାଗ କହିଛି — ଏବେ ରିଆୟତ ନୁହେଁ! ଡିଇଓମାନେ ସ୍କୁଲ ଉପରେ ରଖନ୍ତୁ ତୀବ୍ର ନଜର! ଯିଏ ନିୟମ ଉଲ୍ଲଂଘନ କରିବ, ତା ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ !