Hot Posts

6/recent/ticker-posts

ଗଚ୍ଛିତ ଅଛି ଅତ୍ୟାବଶ୍ୟକ ସାମଗ୍ରୀ, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

ଦେଶରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି! ଅପରେସନ ସିନ୍ଦୂର ପରେ ଚରମ ଚେତାବନୀ! ଏହି ଗମ୍ଭୀର ସମୟରେ ଓଡ଼ିଶା ସରକାର ଘୋଷଣା କରିଛନ୍ତି — ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ! ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଭଣ୍ଡାର ହୋଇଛି।”
ଯୁଦ୍ଧ ସ୍ଥିତି ହେଲେ ମଧ୍ୟ ଓଡ଼ିଶାର ଜନତା ଙ୍କ ଆବଶ୍ୟକ ଜିନିଷ ନେଇ ଚିନ୍ତିତ ହେବାକୁ ପଡିବ ନାହିଁ! ସରକାର ଘୋଷଣା କରିଛନ୍ତି — କୌଣସି କଳାବଜାରୀକୁ ଦୟା ନାହିଁ! ବଜାର ଉପରେ କଡା ନଜର ରହିଛି। ଧାନ କିଣା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି — ଏଥର ୨୦ ଜିଲ୍ଲାରେ ରବି ଧାନ ପଞ୍ଜୀକରଣ ହୋଇଛି। ଟାର୍ଗେଟ ୧୫ ଲକ୍ଷ ମେଟ୍ରିକ୍ ଟନ, ଏବଂ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଧାନ ସଂଗ୍ରହ ହେବ! ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ପହଞ୍ଚିବ ବୋଲି ଖବର ମିଳିଛି ।