Hot Posts

6/recent/ticker-posts

ପଦ୍ମପୁର ବନ୍ଦ ଡାକରା ସ୍ଥଗିତ, ୩୦ ମେ’ରେ ପ୍ରତିବାଦ ରାଲି

ପଦ୍ମପୁର, ୨୯ / ୫ : ସିବିଏସଇ ପରୀକ୍ଷା ଫଳକୁ ନେଇ ଗଢିଉଠିଥିବା ଅସନ୍ତୋଷ ଓ ବିବାଦ ପରିପ୍ରେକ୍ଷିରେ ଗତକାଲି ପଦ୍ମପୁର ଉପଖଣ୍ଡ ବନ୍ଦ ପାଳନ ପାଇଁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଥିଲେ। ତେବେ ଏହି ବନ୍ଦକୁ ନେଇ ସ୍ଥାନୀୟ ଶୀତଳଷଷ୍ଠୀ ଯାତ୍ରା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ପରିସ୍ଥିତି ମନେରଖି, ଅନେକ ବ୍ୟବସାୟିକ ଓ ସାମାଜିକ ସଂଗଠନ  ବନ୍ଦ ପାଳନ ରଦ୍ଦ କରିବାକୁ ଅନୁରୋଧ କରିଥିଲେ।ଏହାପରେ ଅଭିଭାବକ ସଂଘ, ଶୀତଳଷଷ୍ଠୀ କମିଟି ଓ ପଦ୍ମପୁର ବଣିକ ସଂଘ ମଧ୍ୟରେ ଆଲୋଚନା ହୋଇ ଆସନ୍ତା ବନ୍ଦକୁ ସ୍ଥଗିତ କରିବା ନିଷ୍ପତ୍ତି ନିଆଯାଇଛି। ତଦୁପରି, ଅସନ୍ତୋଷ ପ୍ରକାଶ ପାଇଁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ରାଲି ଆୟୋଜନ କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।୩୦ ମେ ରବିବାର ସକାଳ ୮ଟାରେ ପଦ୍ମପୁର ଆରଏମସି ପ୍ରାଙ୍ଗଣରୁ ଏକ ବ୍ୟାପକ ପ୍ରତିବାଦ ରାଲି ବାହାରିବ। ଏହି ରାଲି ଉପଜିଲାପାଳ ପଦ୍ମପୁରଙ୍କୁ ଦାବିପତ୍ର ପ୍ରଦାନ ସହିତ ସମାପ୍ତ ହେବ ବୋଲି ଅଭିଭାବକ ସଂଘ ପକ୍ଷରୁ ଜଣାପଡ଼ିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ରାଲି ମାଧ୍ୟମରେ ସିବିଏସଇ ପରୀକ୍ଷା ଫଳରେ ଘଟିଥିବା ଅନିୟମିତତା ବାବଦରେ ନ୍ୟାୟ ଓ ନିଷ୍ପକ୍ଷ ତଦନ୍ତ ଦାବି କରାଯିବ। ଅନେକ ମେଧାବୀ ଛାତ୍ରଛାତ୍ରୀ କମ ମାର୍କସ ପାଇଥିବା ଓ ତାହା ତାଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିପାରିବା ନେଇ ଅଭିଭାବକ ମାନେ ଚିନ୍ତିତ।