କୋଭିଡ୍ ନେଇ ଚିନ୍ତା ନାହିଁ: ରାଜ୍ୟରେ ଅବସ୍ଥା ନିୟନ୍ତ୍ରଣରେ, ସତର୍କ ଓ ସଜାଗ ରହିବା ଆବଶ୍ୟକ
ଭୁବନେଶ୍ୱର, ୨୯ / ୫ : ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ମୁହଁ ଉଠାଇଛି ବୋଲି କିଛି ଅନୁମାନ ହେଉଥିବା ବେଳେ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏକ ସ୍ପଷ୍ଟବ୍ୟଖ୍ୟା ଦେଇଛନ୍ତି ଯେ ଅପ୍ରୟୋଜନୀୟ ଆତଙ୍କର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୫ଟି କୋଭିଡ୍ ମାମଲା ରିପୋର୍ଟ ହୋଇଛି, ଯାହା ମଧ୍ୟରୁ ଅଧିକାଂଶରେ ଲକ୍ଷଣ ମାତ୍ର ସାମାନ୍ୟ ଅଛି।
ଡା. ମିଶ୍ର କହିଛନ୍ତି ଯେ ଏହି ୫ ମାମଲାରୁ କେତେକଙ୍କ ରାଜ୍ୟ ବାହାର ଯାତ୍ରା ଇତିହାସ ରହିଛି, ଯାହା ରୁପରେ ନିକଟ ନିରୀକ୍ଷଣ ଚାଲିଛି। ଲୋକଙ୍କୁ ଗଭୀର ଚିନ୍ତା କରିବା ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି, କିନ୍ତୁ ସତର୍କ ଓ ସଜାଗ ରହିବାକୁ ପ୍ରମୁଖତା ଦିଆଯିବା ଉଚିତ। ସେ ଏହି ମାମଲାଗୁଡ଼ିକୁ ଗମ୍ଭୀର ରୂପରେ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ କାର୍ଯ୍ୟପଦକ୍ଷେପ ଗ୍ରହଣ କରିବା ଯୋଜନା ଅଛି ବୋଲି ଜଣାଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ RTPCR ଟେଷ୍ଟିଂ ସେଣ୍ଟର, ଅକ୍ସିଜେନ ପ୍ଲାଣ୍ଟ, ଓ ଘରୋଇ ହସ୍ପିଟାଲ୍ଗୁଡ଼ିକ ଉପରେ ଲୋକମାନଙ୍କ ଭରସା ଅଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ସେ ଅବଗତ କରାଇଛନ୍ତି ଯେ, ପ୍ରୟୋଜନ ଅନୁଯାୟୀ ସର୍ବପ୍ରକାର ଟେଷ୍ଟିଂ କିଟ୍ ପ୍ରବନ୍ଧ ଥିବା ସହ, ଅଧିକାଂଶ RTPCR କିଟ୍ ରାଜ୍ୟରେ ଉପଲବ୍ଧ ଅଛି।
ଟେଷ୍ଟିଂ କିଟ୍ ସଂଖ୍ୟା ବିଷୟରେ ସେ କହିଛନ୍ତି, “ଯଦି ସଂଖ୍ୟା ଖୋଲାସା କରିଦିଏ, ଲୋକମାନେ ଆତଙ୍କିତ ହେବେ। ସେଥିପାଇଁ ଯେତେବେଳେ ଯାହା ଆବଶ୍ୟକ, ତାହା ଦିଆଯିବ।” ସମସ୍ତ ପ୍ରସ୍ତୁତି ନେଉଥିବା ବେଳେ ଜନସାଧାରଣଙ୍କୁ ଜଣେ ବିଶ୍ୱସ୍ତ ମେସେଜ ଦେଉଛନ୍ତି ଯେ, ରାଜ୍ୟ ଚିନ୍ତା ରହିତ ଭାବେ କୋଭିଡ୍ ପରିସ୍ଥିତି ସମ୍ଭାଳିବା ପାଇଁ ପ୍ରସ୍ତୁତ।