Hot Posts

6/recent/ticker-posts

ବଳରାମଗଡିରେ ଗ୍ୟାସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ପାଞ୍ଚଟି ସିଲିଣ୍ଡର ବିସ୍ଫୋରଣ

ବାଲେଶ୍ୱର, ୧୨।୫ : ବାଲେଶ୍ୱର ଜିଲ୍ଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଗ୍ୟାସ ସିଲିଣ୍ଡର ବିକ୍ରୟ କେନ୍ଦ୍ରରେ ସୋମବାର ସକାଳେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି । ଅଗ୍ନିକାଣ୍ଡ ସମୟରେ ଦୋକାନ ଭିତରେ ଥିବା ୫ଟି ଗ୍ୟାସ ସିଲିଣ୍ଡର ଏକାଥରକେ ବିସ୍ଫୋରଣ ଘଟିଥିଲା, ଯାହା ଅଗ୍ନିର ତିବ୍ରତାକୁ ଅନେକଗୁଣ ବଢ଼ାଇଥିଲା।
ଦୃଶ୍ୟ ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟନାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅନ୍ଧାଧୁନ୍ ଭାବେ ବିସ୍ତାର ପାଇଥିବା ଅଗ୍ନି  ଦେଖି ସ୍ଥାନୀୟ ଲୋକମାନେ ଭୟଭିତ ହୋଇ ପଡ଼ିଥିଲେ। ବାଲେଶ୍ୱର ଅଗ୍ନିଶମ ବାହିନୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଆଁ କୁ ନିୟନ୍ତ୍ରଣ କରିଥିଲେ।
ଏହି ଘଟଣା ପରେ ଅଞ୍ଚଳରେ ଗ୍ୟାସ ସଂଗ୍ରହ ଓ ବିକ୍ରୟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ମେରାଇନ ଥାନା ପକ୍ଷରୁ ଘଟଣା ସ୍ଥଳର ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଅଗ୍ନିକାଣ୍ଡର ପ୍ରାକୃତିକ କିମ୍ବା ମାନବସୃଷ୍ଟ ହେବା ବିଷୟରେ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ।