Hot Posts

6/recent/ticker-posts

ବେଆଇନ ଅଳିଆ ନିଷ୍କାସନ ବିରୋଧରେ ପୋଲିସର ବଡ଼ ଛାପାମାରି: ୨୩ଟି ହାଇୱେ ଟ୍ରକ ଜବତ

ସମ୍ବଲପୁର, ୧୨।୫ : ବେଆଇନ ଭାବରେ ଅଳିଆ ନିଷ୍କାସନ ଚାଲାଣ କୁ ନେଇ ଥେଲକୋଲୋଇ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣାପଡ଼ିଛି ଯେ, ଥେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ଚାଲୁଥିବା ଏହି କାର୍ଯ୍ୟରେ ଅନୁମତି ବିନା ଝାରସୁଗୁଡା ଦିଗରୁ ଆସୁଥିବା ୨୩ଟି ହାଇୱେ ଟ୍ରକ ଅଟକାଯାଇଛି ଓ ତାହାକୁ ଜବତ କରାଯାଇଛି।
ଏହି ଟ୍ରକଗୁଡ଼ିକରେ ବୈଧ ପରିବହନ କିମ୍ବା ଡମ୍ପିଂ ପରମିଟ ନଥିବା ଧରାପଡିଛି। ବେଆଇନ ଭାବରେ ଫ୍ଲାଏ ଆସ  ନିଷ୍କାସନ କରି ବିଭିନ୍ନ ଠାରେ ଆପୂର୍ତ୍ତି କରାଯାଉଥିବା ସନ୍ଦେହରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଥେଲକୋଲୋଇ ପୋଲିସ ପକ୍ଷରୁ ସୂଚିତ କରାଯାଇଛି।
ଘଟଣା ସ୍ଥଳରେ ପୋଲିସର ତ୍ୱରିତ ପ୍ରତିକ୍ରିୟା ଓ ଛାପାମାରି ଅଭିଯାନ ଦ୍ୱାରା ଅଞ୍ଚଳରେ ବେଆଇନ ଖଣିଜ ଚାଳନା ବିରୋଧରେ ଏକ ମଜବୁତ ସନ୍ଦେଶ ପଠାଯାଇଛି। ବର୍ତ୍ତମାନ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ଉପରେ ଅଧିକାରି ମାନେ ସୂଚନା ଦେଇଛନ୍ତି।