Hot Posts

6/recent/ticker-posts

ପାକିସ୍ତାନ ରେ ଦୁଇମୁହାଁ ବିପଦ ଯୁଦ୍ଧ ତନାବ ମଧ୍ୟରେ ଭୂମିକମ୍ପ ଝଟ୍କାରେ ଥରିଲା ଦେଶ

ଇସ୍ଲାମାବାଦ, ୧୦ / ୫  – ପାକିସ୍ତାନ ଏକ ଦୁଇମୁହା ବିପଦ ସହ ଯୁଦ୍ଧ କରୁଛି। ଏକ ପଟେ ଭାରତ ସହ ତନାବ ଏବଂ ଯୁଦ୍ଧ ସମ ପରିସ୍ଥିତି, ଅନ୍ୟ ପଟେ ପୃଥିବୀ ତଳରୁ ଆସୁଥିବା ଜୀବନ ଥରେଇଦେଇପାରୁଥିବା ଭୂକମ୍ପ ଝଟ୍କା। ଶନିବାର ପ୍ରଭାତରେ ଇସ୍ଲାମାବାଦ ଏବଂ ତାହା ପାଖପାଖି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେବା ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଦ୍ୱାରା ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ଥିଲା ୪.୦ ରିକ୍ଟର ସ୍କେଲ ଉପରେ। ଭୂମି କମ୍ପନର କେନ୍ଦ୍ର ଭୂମିପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା, ଯାହା ଅଗଭୀର ଭୂକମ୍ପ ବୋଲି ଗଣ୍ୟ ହୁଏ।
ଭୂବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଅଗଭୀର ଭୂକମ୍ପ ଅପେକ୍ଷାକୃତ ଅଧିକ ବିନାଶକାରୀ ହୋଇଥାଏ। ଏହାର ମୂଳ କାରଣ ହେଉଛି ଭୂକମ୍ପ ତରଙ୍ଗର ସଂଚାର ଦୂରତା କମ୍ ଥିବା, ଯାହା ଫଳରେ ତରଙ୍ଗଗୁଡିକ ବେଶୀ ଶକ୍ତି ସହିତ ପୃଷ୍ଠଭାଗକୁ ପହଞ୍ଚି ଅଧିକ କ୍ଷତି ଘଟାଇପାରେ।
ଏହି ପ୍ରାକୃତିକ ବିପଦ ଏକ ଏମିତି ସମୟରେ ଆସିଛି, ଯେବେ ପାକିସ୍ତାନ ଜାତୀୟ ସୁରକ୍ଷା ଓ ସୀମା ଅଞ୍ଚଳରେ ଅସ୍ଥିରତା ସହ ଜୁଝୁଛି। ଏପରି ସମୟରେ ଯଦି ଭୂକମ୍ପ ତୀବ୍ର ରୂପ ନେଇଥାନ୍ତା, ତେବେ ପରିଣାମ ଦୁର୍ଗତିପୂର୍ଣ୍ଣ ହୋଇପାରିଥାନ୍ତା।
ଏହି ଘଟଣା ପାକିସ୍ତାନ ପାଇଁ ଏକ ସ୍ମୃତିବାହୀ ସଂକେତ – ବାହ୍ୟ ଶତ୍ରୁ ବେଳେବେଳେ ଭିତରୁ ବଡ଼ ନୁହେଁ। ପ୍ରକୃତି ଯେତେବେଳେ ବେପରୁଆ ହୁଏ, ସେଥିରେ ରକ୍ଷା ବଢ଼ି ଯାଏ। ତେଣୁ ଭୂକମ୍ପ ଛୋଟ ଥିଲେ ମଧ୍ୟ ଏହା ଦେଶ ପାଇଁ ଏକ ସତର୍କବାଣୀ ଭାବେ ଦେଖାଯାଉଛି।