Hot Posts

6/recent/ticker-posts

ଗ୍ରୀଷ୍ମ ତାପରେ ଜଳ ଛତ୍ର ର ଅପେକ୍ଷା – ଗାୟଗଣ୍ଡ ରୂଢା ପଦର ଅଞ୍ଚଳରେ ଜଳ ସୁବିଧା ଅଭାବରେ ବାଟୋଇ ଦୁଃଖିତ

ଗଞ୍ଜାମ, ୨୭ / ୫ (ପ୍ରମୋଦ କୁମାର ପାତ୍ର)  – ଗ୍ରୀଷ୍ମ ତାପ ଦିନକୁ ଦିନ ବଢ଼ିବା ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଜଳ ଛତ୍ର ବ୍ୟବସ୍ଥା ନେଇ ଜନମତ ତୀବ୍ର ହେଉଛି। ଯେଉଁଠି ଜଗନ୍ନାଥ ପ୍ରସାଦ ବ୍ଲକ ର ମାଳ ଅଞ୍ଚଳ ର କୋକୋଳବା, ତାରା ଶୀଙ୍ଗି, ଟୋଲଦି ଇତ୍ୟାଦି ଗ୍ରାମରେ ଜଳ ଛତ୍ର ଖୋଲି ବାଟୋଇମାନେ କିଛି ସୁବିଧା ଅନୁଭବ କରୁଛନ୍ତି, ସେଠି ଗାୟଗଣ୍ଡ ଅଞ୍ଚଳର ରୂଢା ପଦରରେ ଏଯାଏ ଜଳ ଛାତ୍ର ଖୋଲାଯାଇନାହିଁ। ପ୍ରଚଣ୍ଡ ଖରା ଓ ତୀବ୍ର ତାପରେ ରାସ୍ତା ରେ ଚାଲିବାକୁ ବାଧ୍ୟ ହେଉଥିବା ବାଟୋଇ ଓ ଅଞ୍ଚଳବାସୀ ମାନେ ଜଳଛତ୍ର ଅଭାବରେ ଅତ୍ୟନ୍ତ ଅସୁବିଧା ଅନୁଭବ କରୁଛନ୍ତି। ଏହି ସମସ୍ୟାକୁ ନେଇ ଅଞ୍ଚଳ ବାସୀମାନେ ତୁରନ୍ତ ଗାୟଗଣ୍ଡ ଓ ତାଲସାର ଭଳି ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ଦାବି ଉଠାଇଛନ୍ତି।
ସାମାଜିକ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ପଥଚାରୀ, କୃଷକ, ଜନସାଧାରଣ ପାଇଁ ଏହି ଜଳଛତ୍ର ଗୁଡ଼ିକ ଜୀବନ ରକ୍ଷା ପରି ଅତ୍ୟାବଶ୍ୟକ। ତେଣୁ ସରକାର ଓ ପଞ୍ଚାୟତ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଗାୟଗଣ୍ଡ ରୂଢା ପଦର ଭଳି ଅଞ୍ଚଳରେ ମଧ୍ୟ ଜଳଛତ୍ର ବ୍ୟବସ୍ଥା ନିଶ୍ଚିତ କରିବା ଆବଶ୍ୟକ।

.