Hot Posts

6/recent/ticker-posts

ନବୀନ ଙ୍କୁ ରୁଷିଆ ରୁ ନିମନ୍ତ୍ରଣ

ରୁଷିଆର ‘ବିଜୟ ଦିବସ’ ଉତ୍ସବରେ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାର ଗର୍ବ ନବୀନ ପଟ୍ଟନାୟକ! ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦିଓ ରୁଷିଆର ‘ବିଜୟ ଦିବସ’ରେ ଯୋଗଦେବା ଗସ୍ତ ବାତିଲ କରିଛନ୍ତି, କିନ୍ତୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଦେଶ ଓ ରାଜ୍ୟ ଗର୍ବ ଅନୁଭବ କରିପାରିବ! ରୁଷିଆ ସରକାର ପକ୍ଷରୁ ନବୀନଙ୍କୁ ଆମନ୍ତ୍ରଣ ମିଳିଛି ଏବଂ ସେ ଏହି ଗୌରବମୟ ଅବସରରେ ଯୋଗଦେଇପାରନ୍ତି। ଏହି ସମ୍ମାନ ମାତ୍ର ତାଙ୍କ ପାଇଁ ନୁହେଁ, ବରଂ ସେହି ବୀର ଓଡ଼ିଆ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କ ଉପରେ ରୁଷିଆର ଗଭୀର ସ୍ମୃତି ଓ ଶ୍ରଦ୍ଧାର ଅଭିବ୍ୟକ୍ତି। ବିଜୁ ପଟ୍ଟନାୟକ ଷ୍ଟାଲିନଗ୍ରାଡ ଅପରେସନରେ ରେଡ ଆର୍ମୀକୁ ସହଯୋଗ କରିଥିବା ନିମନ୍ତେ 1995 ରେ ରୁଷିଆ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ସେହି ଐତିହାସିକ ସଂଘର୍ଷ ଓ ବଳିଦାନର ସ୍ମୃତିକୁ ପୁନଃ ଜୀବନ୍ତ କରିଦେଉଛି।