Hot Posts

6/recent/ticker-posts

ଖୋଲା ପାଣି ଟାଙ୍କିରେ ଶିଶୁର ମୃତ୍ୟୁ : ଠିକାନିର୍ମାଣ ଓ ଅଧିକାରୀ ଅବହେଳା ଉପରେ ଉଠିଲା ପ୍ରଶ୍ନ

ରାଉରକେଲା, ୨୮ / ୫ :  — ବର୍ଷାଘୁଣା ଆଶା ଓ ସୁବିଧାର ନାମରେ ଗରିବ ପରିବାରମାନେ ଯେଉଁ ଘର ପାଇଲେ, ସେଠି ହିଁ ଅବ୍ୟବସ୍ଥା ଓ ଅବହେଳାର ଶିକାର ହେଲା ଜୀବନ। ଛେଣ୍ଡ ବିଦ୍ୟୁତ କଲୋନିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଥିବା ରୋହିତ ବଡାଇକଙ୍କ ପାଞ୍ଚ ବର୍ଷିୟ ଶିଶୁ ପୁଅ ସେରୁନ ବଡାଇକ ଏକ ଖୋଲା ପାଣି ଟାଙ୍କିରେ ପଡି ଜୀବନ ହରାଇଛି।
ଘଟଣା ବୁଧବାର ଅପରାହ୍ନରେ ଘଟିଥିଲା। ସେରୁନ ଘର ସାମ୍ନାରେ ଖେଳୁଥିଲେ, ହଠାତ ଭାବେ ତଳ ତାଳାରେ ଅବସ୍ଥିତ ଏକ ଅସୁରକ୍ଷିତ ଓ ଖୋଲା ପାଣି ଟାଙ୍କିରେ ପଡି ଯାଇଥିଲେ । ପରିବାର ଲୋକ ଆଶା ଅନୁସାରେ ଖୋଜା ଖୋଜି କରିଥିଲେ, କିନ୍ତୁ ଶେଷରେ କେହି ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଟାଙ୍କି ଭିତରେ ଶିଶୁ ଭାସୁଥିବା ଖବର ଦେଲେ। ପରେ ଛେଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି।
ଏହି ମୃତ୍ୟୁ ଗୁରୁତର ଦାୟିତ୍ୱ ଓ ଅବହେଳା ଦିଗରେ ପ୍ରଶ୍ନ ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିର୍ମିତ ଘରଗୁଡ଼ିକର ଗୁଣମାନ ଓ ନିର୍ମାଣ ମାନଦଣ୍ଡ ପ୍ରସଙ୍ଗରେ ପୁଣିଥରେ ପ୍ରଶ୍ନ ଉଠିଛି। ଏହା ସହିତ, ତଳ ତଳାରେ ଥିବା ଏହିପରି ଖତରାଜନକ ଟାଙ୍କିକୁ ଅବଶ୍ୟକ ଢାକଣା ନ ଦିଅଇବା ଓ ସୁରକ୍ଷା ବ୍ୟବସ୍ଥା ନ ରଖିବାରୁ ଠିକାଦାର ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଲାପରବାହି କାର୍ଯ୍ୟ ଏବେ ଅପରାଧିକ ଅଭିଯୋଗର ମୁଖାମୁଖି ହେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।
ଦୀର୍ଘ ବର୍ଷ ଧରି ଅପେକ୍ଷା କରି ଘର ପାଇଥିବା ପରିବାରମାନଙ୍କ ପାଇଁ ଏହି ଅଘଟଣ ଦୁଃଖଦ ଏବଂ ଚେତାବନୀ ସୂଚନା। ଏହି ଘଟଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୂନ୍ୟ ସୁରକ୍ଷା ମାନଦଣ୍ଡ, ଅନୁପଯୁକ୍ତ ନିର୍ମାଣ ପ୍ରଣାଳୀ ଓ ଲାପରବାହି ନିର୍ବାହ ପ୍ରକ୍ରିୟାକୁ ସ୍ପଷ୍ଟ କରିଦେଉଛି