ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଲିଫ୍ଟ ରେ ଚାପିହୋଇ ରୋଗୀଙ୍କ ମୃତ୍ୟୁ, ପରିବାରକୁ କ୍ଷତିପୂରଣ ଓ ସରକାରୀ ଚାକିରି.....
ଭଦ୍ରକ, ୧୮ / ୫ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ରୋଗୀଙ୍କ ପରିବାରକୁ ଶେଷରେ ମିଳିଛି ନ୍ୟାୟ। ଅନୁଷ୍ଠାନିକ ଭାବେ ମୃତକଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ଆର୍ଥିକ ସହାୟତା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି। ଏହି ସହାୟତା ଦେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ସେଫାର୍ଡର ମୁଖ୍ୟ ଜଗନ୍ନାଥ ମହାନ୍ତି, ଯେଉଁଥିରେ ସିଡିଏମ୍ଓ ମଧ୍ୟ ଉପସ୍ଥିତ ଥିଲେ।
ଗତ ୨୪ ଅପ୍ରେଲ୍ ରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଜଣେ ମହିଳା ରୋଗୀ ଷ୍ଟ୍ରେଚରରେ ଥିବାବେଳେ ଲିଫ୍ଟ ବେପରୁଆ ଭାବରେ ଚାଲିଯିବାରୁ ସେ ଚାପି ହୋଇ ଦୁଃଖଦ ଭାବେ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ନିନ୍ଦା ତୀବ୍ର ରୂପ ନେଇଥିଲା, କିନ୍ତୁ ଅନେକ ଦିନ ବିତିଗଲା ସତ୍ତ୍ୱେ ପରିବାରକୁ କୌଣସି କ୍ଷତିପୂରଣ ମିଳୁନଥିଲା।