Hot Posts

6/recent/ticker-posts

ସ୍ତ୍ରୀର ଓଢ଼ଣୀକୁ ଫାସ ବାନ୍ଧି ଆତ୍ମହତ୍ୟା, କେନ୍ଦୁଝରରେ ଦୁଃଖଦ ଘଟଣା

କେନ୍ଦୁଝର, ୧୮ / ୫ : ସମାଜକୁ ସତର୍କ କରୁଥିବା ଏକ ଦୁଃଖଦ ଦୃଶ୍ୟ ଦେଖାଦେଲା ରବିବାର ସକାଳେ କେନ୍ଦୁଝର ଧୋବାଡିହା ମାଝିସାହିରେ, ଯେଉଁଠାରେ ଜଣେ ଯୁବକ ନିଜ ସ୍ତ୍ରୀର ଓଢ଼ଣୀ ବ୍ୟବହାର କରି ଘରର ଶେଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ସୌମ୍ୟରଞ୍ଜନ ବେହେରା, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ର ଭୂମିକାରେ କାର୍ଯ୍ୟରତ ଥିଲେ।
ଖବର ଅନୁଯାୟୀ, ରବିବାର ସକାଳ ୧୦ଟା ପରେ ସୌମ୍ୟ ଡ୍ୟୁଟିରୁ ଘରକୁ ଫେରି ନିଜ ଘରକୁ ପସିଥିଲେ। କିଛି ସମୟ ପରେ ପୁଅକୁ "ବାଏ" ବୋଲି କହିଥିବା ଘଟଣାରେ ତାଙ୍କ ସ୍ତ୍ରୀ ଅସାଧାରଣତା ଅନୁଭବ କରି ରୁମକୁ ଗଲେ, ଯେଉଁଠାରେ ସେ ତାଙ୍କ ଓଢ଼ଣୀ ଦ୍ୱାରା ଝୁଲି ଥିବା ଅବସ୍ଥାରେ ସୌମ୍ୟଙ୍କୁ ଦେଖିଥିଲେ। ଦେଖିବା ସାଥି ସାଥି ସେ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ, କିନ୍ତୁ ତତ୍କ୍ଷଣାତ୍ ଜୀବନ ରକ୍ଷା କରିବା ସମ୍ଭବ ହୋଇନଥିଲା।
ଘଟଣା ସୂଚନା ପାଇ ବେଳେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟା ପଛରେ କୌଣସି ଦାମ୍ପତ୍ୟ ଦ୍ୱନ୍ଦ୍ୱ, ମାନସିକ ଚାପ କିମ୍ବା ଅନ୍ୟ କାରଣ ଅଛି କି ନାହିଁ, ତାହା ନେଇ ଜାନ୍ଚ ଆରମ୍ଭ କରିଛି ପୋଲିସ।