Hot Posts

6/recent/ticker-posts

ବରଗଡ଼ରେ ଟ୍ରାନ୍ସଫର୍ମର ଚୋରି: ବିଦ୍ୟୁତ ବିହୀନ ଗ୍ରାମ ଓ ଚିନ୍ତାଗ୍ରସ୍ତ ପ୍ରଶାସନ

ବରଗଡ଼, ୧୨।୫ : ବରଗଡ଼ ଜିଲାରେ ଚୋରି ଘଟଣାର ପୁନରାବୃତ୍ତି ସହ ଏବେ ବିଦ୍ୟୁତ ବ୍ୟବସ୍ଥା ଲକ୍ଷ୍ୟବନ୍ଧିତ ହେବାର ଘଟଣା ଆସିଛି। ରବିବାର ବିଳମ୍ବିତ ରାତିରେ ବରାହଗୋଡା ଗ୍ରାମରେ ଅବସ୍ଥିତ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଖବର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚମକ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମର ଖୋଲି  ଚୋରି କରି ନେଇଥିଲେ। ଟ୍ରାନ୍ସଫର୍ମ କୁ ଅପରିଚିତ ଜାଗାରେ ଭଙ୍ଗା ଦଦରା ଅବସ୍ଥାରେ ଛାଡ଼ି ଯିବା ଦ୍ୱାରା ଏହି ଅଭିଯୋଗ ଅନ୍ୟ ସ୍ଥାନକୁ ପହଞ୍ଚିଛି। ଏହି ଘଟଣା ଜାତୀୟ ରାଜପଥର ସାନ୍ନିଧ୍ୟରେ ଓ ଗ୍ରାମାଞ୍ଚଳ ଥାନାର ନିକଟରେ ଘଟିଥିବା ସତ୍ତ୍ୱେ, ଚୋରମାନେ ସହଜ ଭାବେ ଆପରାଧିକ କାର୍ଯ୍ୟ ସଂପାଦନ କରିପାରିଛନ୍ତି।
ଫଳସ୍ୱରୂପ, ବରାହଗୋଡା ଗ୍ରାମ ବିଦ୍ୟୁତ ବିହୀନ ହୋଇ ପଡ଼ିଛି। ପ୍ରବଳ ତାତି ଯୋଗୁ ଗ୍ରାମବାସୀ ଅସହ୍ୟ ଅବସ୍ଥା ରେ ଜୀବନଯାପନ କରୁଛନ୍ତି। ଏହି ଚୋରି ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି।ସ୍ଥାନୀୟ ବାସିନ୍ଦାମାନେ ଅପେକ୍ଷା କରୁଛନ୍ତି ଯେ ଯଥାସିଘ୍ର ଦୁର୍ବୃତ୍ତମାନେ ଚିହ୍ନଟ ହୋଇ ଶାସ୍ତି ପାଇବେ ଓ ଗ୍ରାମରେ ପୁଣିଥରେ ବିଦ୍ୟୁତ ସେବା ପୁନଃସ୍ଥାପିତ ହେବ।