ଛାଡପତ୍ର ମାମଲାରେ ସୁପ୍ରିମକୋର୍ଟର ହୃଦୟସ୍ପର୍ଶୀ ପରାମର୍ଶ, “ରାତିରେ ଏକାଠି ଭୋଜନ କରନ୍ତୁ, ପିଲା ପାଇଁ ଅହଂକାର ଛାଡନ୍ତୁ”
ନୂଆଦିଲ୍ଲୀ, ୨୭ / ୫ : – ସୁପ୍ରିମକୋର୍ଟର ଏକ ଛାଡପତ୍ର ମାମଲା ବିଚାରକାଳୀନ ଅଭିଗମ ଏବଂ ଦମ୍ପତିଙ୍କୁ ଦିଆଯାଇଥିବା ହୃଦୟସ୍ପର୍ଶୀ ପରାମର୍ଶ ଏବେ ସାମାଜିକ ଚର୍ଚ୍ଚାର ମଧ୍ୟବିନ୍ଦୁରେ। ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ବିଚାରାଧୀନ ଥିବା ଏହି ମାମଲାରେ, ଦମ୍ପତି ଛାଡପତ୍ର ନିମନ୍ତେ ଆବେଦନ କରିଥିଲେ। କିନ୍ତୁ ବିଚାରପତିମାନେ କୃତ୍ରିମ ବ୍ୟବହାରରେ ନୁହେଁ, ବରଂ ଏକ ମାନବିକ ଅନୁଭୂତିରେ ପରିପୂର୍ଣ୍ଣ ସନ୍ଦେଶ ଦେଇଥିଲେ।
“ମନାନ୍ତର ମତାନ୍ତର ଅଛି ବୋଲି ଗୃହସ୍ଥ ଜୀବନ ଛାଡିଦେବାକୁ ପଡିବନି। କୋର୍ଟରୁମ ବାହାରେ ଶାନ୍ତ ପରିବେଶରେ ବସନ୍ତୁ, ଏକାଠି ରାତିରେ ଭୋଜନ କରନ୍ତୁ, ଆଲୋଚନା କରନ୍ତୁ। ଆପଣମାନଙ୍କର ତିନି ବର୍ଷର ପୁଅ ଅଛି, ତାଙ୍କ ପାଇଁ ମଧ୍ୟ ଏହି ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଅହଂକାର କାହିଁକି? ଆମେ ଆପଣମାନଙ୍କୁ ଏକ ଡ୍ରଇଂ ରୁମ୍ ମଧ୍ୟ ଦେଇପାରିବା, ଯେଉଁଠି ଆଜି ରାତିରେ ଏକାଠି ଭୋଜନ କରନ୍ତୁ।”
ଏହି ମାମଲାରେ ଜଣେ ଫ୍ୟାସନ୍ ଉଦ୍ୟୋଗୀ ମହିଳା ତାଙ୍କ ପୁଅକୁ ବିଦେଶ ନେବା ପାଇଁ କୋର୍ଟ ଅନୁମତି ମାଗିଥିଲେ, କାରଣ ସେମାନଙ୍କ ମଧ୍ୟରେ ଛାଡପତ୍ର ମାମଲା ଚାଲିଥିବା ସହ ସନ୍ତାନ ହେପାଜତ ନେଇ ଆଇନଗତ ଲଢ଼େଇ ଚାଲିଛି। ବିଚାରପତିମାନେ ଏଥିରେ ବୈଚାରିକ ଦୃଢତା ଅବଳମ୍ବନ କରିବା ସହିତ ଏକ ଭଲ ପିତା ଓ ମାତା ଭାବରେ ଅନୁଭବ କରି ଦମ୍ପତିଙ୍କୁ ଦିଲେ ଏକ ଗଭୀର ଦିଗଦର୍ଶନ।