Hot Posts

6/recent/ticker-posts

ଅବୈଧ ବାଂଲାଦେଶୀ ବସ୍ତି ଉପରେ ବୁଲଡୋଜର ଚଢ଼ାଉ!

ମୁମ୍ବାଇ, ୨୯/୪ : ଅବୈଧ ବାଂଲାଦେଶୀ ବସ୍ତି ଉପରେ ବୁଲଡୋଜର ଚଢ଼ାଉ! ୮୦୦ ସନ୍ଦିଗ୍ଧ ବ୍ୟକ୍ତି ଗିରଫ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ଅବୈଧ ଶରଣାର୍ଥୀ ବିରୋଧରେ ଚାଲିଛି ଶକ୍ତିଶାଳୀ ଅଭିଯାନ। ଗୁଜରାଟର ଚାନ୍ଦୋଳା ହ୍ରଦ ନିକଟରେ ଅବସ୍ଥିତ ବାଂଲାଦେଶୀ ବସ୍ତି ଉପରେ ପୋଲିସ ଓ AMC ଦ୍ୱାରା ବଡ଼ ଆକ୍ରମଣ କରାଯାଇଛି ! ପ୍ରାୟ ୫୦ଟି JCB, ୩୦ ଡମ୍ପର ଏବଂ ୧୦ ଡ୍ରୋନ ସହ ଚାଲିଛି ବୁଲଡୋଜର ଅପରେସନ, ଯେଉଁଠି ୨୦୦୦ରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି। ପୋଖରୀ ପାଖରେ ଗଢ଼ି ଉଠିଥିବା ବେଆଇନ ବସ୍ତି ଧୂଳିସାତ ହୋଇଛି ! ୮୦୦ ସନ୍ଦିଗ୍ଧ ଗିରଫ, ତାଁମଧ୍ୟରୁ ୧୪୩ ବାଂଲାଦେଶୀ ନାଗରିକ ଭାବରେ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି ।