ପାକିସ୍ତାନ ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ କୁ କରାଗଲା ବ୍ୟାନ !
ନୂଆଦିଲ୍ଲୀ, ୨୯/୪ : ପହଲଗାମ ଆକ୍ରମଣ ପରେ ବିସ୍ଫୋରଣୀ ପଦକ୍ଷେପ! ପାକିସ୍ତାନ ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ କୁ କରାଗଲା ବ୍ୟାନ ! ଭାରତ ସରକାର ଏକ ଚମତ୍କାର ସିଦ୍ଧାନ୍ତ ନେଇଛି—ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ୍ସ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି! ଖ୍ବାଜା ଆସିଫ ଏକ ଭୟଙ୍କର ଚେତାବନୀ ଦେଇଥିଲେ—ପାକିସ୍ତାନ ଯଦି ବିପଦରେ ପଡ଼େ, ତେବେ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ! ଭାରତ ସରକାର ପୂର୍ବରୁ ବହୁତ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ କରିଥିଲା, ଯେଉଁଥିରେ ମିଥ୍ୟା ଓ ଭ୍ରାମକ ସୂଚନା ପ୍ରସାର କରାଯାଉଥିଲା। ଏବେ ସରକାର ସ୍ପଷ୍ଟ—ଭାରତର ଏକତା, ସୁରକ୍ଷା ଓ ଶାନ୍ତି ବିରୋଧୀ କୌଣସି ଜିନିଷ କୁ ଛଡ଼ାଯିବ ନାହିଁ