Hot Posts

6/recent/ticker-posts

ମାର୍କ କାର୍ନି କାନାଡ଼ା ର ନୂତନ ପ୍ରଧାନମନ୍ତ୍ରୀ

ଆସିଗଲା କାନାଡ଼ା ନିର୍ବାଚନ ଫଳାଫଳ, ମାର୍କ କାର୍ନି ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି , ଏବଂ ତାଙ୍କ ଲିବରାଲ୍ ପାର୍ଟି ଜନତାଙ୍କର ବିଶ୍ୱାସ ଜିତି ବିପୁଳ ବହୁମତ ଦଳ ଭାବେ ଉଭୟସଭାରେ ବିଜୟ ହାସଲ କରିଛି। କଞ୍ଜରଭେଟିଭ ନେତା ପିଏରେ ପୋଇଲିଭରେଙ୍କୁ ଭାରି ମାର୍ଜିନରେ ପଛରେ ପକାଇ ଦେଇଛନ୍ତି କାର୍ନି। ମାର୍କ କାର୍ନି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ ଚାଲିଥିବା ରାଜନୈତିକ ଟକ୍କର ମଧ୍ୟରେ ଦୃଢ଼ ରୁକ୍ ଧରିଥିଲେ, ଯେଉଁଥିରେ ସେ କାନାଡାର ସାର୍ବଭୌମତ୍ୱ ପାଇଁ ଜନସାଧାରଣଙ୍କ ହୃଦୟ ଜିତିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଶୁଭେଚ୍ଛା ପ୍ରକାଶ କରି କାର୍ନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି — "ଭାରତ ଓ କାନାଡା ସମାନ ମୂଲ୍ୟବୋଧ ଓ ଗଭୀର ସମ୍ପର୍କ ରେ ବନ୍ଧା। ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରୁଛି।"