୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଯିବ ୧,୦୦୦ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର, ୨୯/୪ : ଅକ୍ଷୟ ତୃତୀୟାରେ ଚାଷୀଙ୍କ ପାଇଁ ବଡ଼ ସୁଖବର! ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଯିବ ୧,୦୦୦ କୋଟିରୁ ଅଧିକ ଟଙ୍କା! ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନାର ଟଙ୍କା! ମୋହନ ସରକାର ଦେଉଛନ୍ତି ବର୍ଷର ଦ୍ୱିତୀୟ କିସ୍ତି — ଅନୁମାନିତ ₹୧,୦୦୦ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଯିବ! ଗତ ବର୍ଷ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ମିଳୁଥିବା ଏହି ଯୋଜନା ନୂଆଖାଇ ଓ ଅକ୍ଷୟ ତୃତୀୟା ଦିନରେ ଟଙ୍କା ଦେଖିବା ପାଇଁ ଚାଷୀଙ୍କ ପାଇଁ ହୋଇଛି ଆଶୀର୍ବାଦ।