ଜୁନ ୫ରୁ ଖୋଲହେବ ରାମ ମନ୍ଦିର
ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପୂର୍ଣ୍ଣ ରୂପରେ ଲୋକଙ୍କ ପାଇଁ ଆସନ୍ତା ଜୁନ ୫ରୁ ଖୋଲହେବ ! ଶ୍ରୀରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଘୋଷଣା କରିଛନ୍ତି ଯେ ମନ୍ଦିରର ଶିଖର ସହ ସମସ୍ତ ନିର୍ମାଣ କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଛି । ମେ ୨୧ରେ ଭାଗବାନ ରାମ, ସୀତା, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଓ ହନୁମାନଙ୍କ ବିଗ୍ରହର ପ୍ରତିଷ୍ଠା କାର୍ଯ୍ୟ ହେବ। ଏହାପରେ ଜୁନ ୫ରୁ ମନ୍ଦିର ଦର୍ଶନ ପାଇଁ ଲୋକମାନେ ପ୍ରବେଶ କରିପାରିବେ। ଏହା ସହ, ମହର୍ଷି ବାଲ୍ମିକୀ, ବିଶ୍ବାମିତ୍ର, ବଶିଷ୍ଟ, ଅହଲ୍ୟା, ନିଷାଦରାଜ, ସବରୀ ଓ ଅଗସ୍ତ୍ୟ ମୁନିଙ୍କ ମନ୍ଦିର ମଧ୍ୟ ଖୋଲିବ ବୋଲି ସୂଚନା ମିଳିଛି