Hot Posts

6/recent/ticker-posts

ପାକିସ୍ତାନ ରେ ନରସଂହାର, ୭ ଜଣ ସ୍ଥାନୀୟ ଲୋକଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ବାଲୋଚିସ୍ତାନ ପ୍ରାନ୍ତ ପୁଣି ରକ୍ତରଞ୍ଜିତ ହୋଇଛି ! ଜିଆରଟ ଜିଲ୍ଲାର ଚୋଟିଆରେ ଅଜଣା ବନ୍ଦୁକଧାରୀ ମାନ୍ୟବିକତାକୁ ଲଜ୍ଜିତ କରି ୭ ଜଣ ସ୍ଥାନୀୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି। ମୃତକମାନଙ୍କ ଶରୀରରେ ଗୁଳି ଚିହ୍ନ ମିଳିଥିବା ସୂଚନା ମିଳିଛି, ଯାହା ଏହାର ନିର୍ମମତାକୁ ସ୍ପଷ୍ଟ କରୁଛି। ଅନେକେ ଏହାକୁ ବାଲୋଚ ଜନତା ଉପରେ ଚାଲିଥିବା ଦମନ ନୀତି ବୋଲି ଅଭିଯୋଗ କରୁଛନ୍ତି ବୋଲି ଖବର ମିଳିଛି