Hot Posts

6/recent/ticker-posts

IPL ମଞ୍ଚରେ ଏକ ନୂଆ ତାରା —ବୈଭବ ସୂର୍ଯ୍ୟବଂଶୀ

IPL ମଞ୍ଚରେ ଏକ ନୂଆ ତାରା ଆସିଛି—ବୈଭବ ସୂର୍ଯ୍ୟବଂଶୀ! କେବଳ ୧୪ ବର୍ଷ ୩୨ ଦିନର ଏହି ଯୁବ ବ୍ୟାଟସମ୍ୟାନ ୩୫ ବଲରେ ତାଙ୍କର ପ୍ରଥମ ଆଇପିଏଲ ଶତକ ହାସଲ କରି ସାରା ଦେଶ ରେ ଚର୍ଚ୍ଚାରେ ଆସିଛନ୍ତି। ୟୁସୁଫ ପଠାନଙ୍କ ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ବୈଭବ ଆଇପିଏଲରେ ଦ୍ରୁତତମ ଭାରତୀୟ ଶତକ ବ୍ୟାଟସମ୍ୟାନ ହେବାର ଗୌରବ ଅନ୍ତର୍ଭୁକ୍ତ କରିଛନ୍ତି। ତୃତୀୟ ଇନିଂସରେ ଏତେ ବଡ଼ ପ୍ରଦର୍ଶନ? ସେ କହିଛନ୍ତି, "ମୁଁ କେବଳ ବଲ୍ ଦେଖେ ଓ ଖେଲେ !" ଏମିତି ଧୂଆଁଧାର ଖେଳ ପରେ, ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ମଧ୍ୟ ଘୋଷଣା କରାଯାଇଛି। ୨୦୧୩ରେ କ୍ରିସ ଗେଲ ୩୦ ବଲରେ ଶତକ କରିଥିଲେ—ଏହି ରେକର୍ଡ ଏଯାଁ ଅଖଣ୍ଡ ରହିଛି, କିନ୍ତୁ ବୈଭବ ଭାରତୀୟ ମାନଚିତ୍ରରେ ଏକ ନୂଆ ଅଧ୍ୟାୟ ଲେଖିଛନ୍ତି।