Hot Posts

6/recent/ticker-posts

ଓଡ଼ିଶାରେ ବିଦେଶୀ ରାସନ କାର୍ଡ ଧାରୀ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଦେଶ ଜାଗ୍ରୁକ ହୋଇଛି ! ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି — ରାଜ୍ୟରେ ରାଶନ କାର୍ଡ ହାତେଇଥିବା ବିଦେଶୀଙ୍କ ନାଁ ତୁରନ୍ତ କାଟାଯିବ! ପାକିସ୍ତାନ ଓ ବାଂଲାଦେଶରୁ ଅନୁପ୍ରବେଶ କରିଥିବା ବ୍ୟକ୍ତିମାନେ ଚିହ୍ନଟ ହୋଇଛନ୍ତି। ଜିଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ଥିବା ତଥ୍ୟ ମିଳିଛି, ଯାହା ପରେ ସେମାନଙ୍କୁ ବିଦା କରିବା ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ଏପରି ସମୟରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନୀଙ୍କ ଭିଜା ବନ୍ଦ ଓ ତୁରନ୍ତ ରହିବା ବନ୍ଦ କରିବା ନିର୍ଦ୍ଦେଶ ଦେଇଛନ୍ତି।