ଭୁବନେଶ୍ୱର, ୧୪/୩ : ରାଷ୍ଟ୍ରୀୟ ଶିକ୍ଷା ଅଧିକାର ଅଧିନିୟମ (RTE) ଅନୁସାରେ ଘରୋଇ ସ୍କୁଲଗୁଡ଼ିକରେ ଅର୍ଥନୈତିକ ଦୃଷ୍ଟିରୁ ଅସମର୍ଥ ପରିବାରର ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷିତ। ଏହି ବ୍ୟବସ୍ଥାର ସୁବିଧା ନେବାକୁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୮ରୁ ଆରମ୍ଭ ହେବ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଛି।
ଏବର୍ଷ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଏପ୍ରିଲ ୨୦ ଯାଏଁ ଚାଲିବ। ଏପରେ ଏପ୍ରିଲ ୩ରୁ ୨୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆବେଦନର ଯାଞ୍ଚ କରାଯିବ। ଏପ୍ରିଲ ୨୪ରେ ଲଟେରି ଉଠାଣ ହେବ ଏବଂ ଏହି ଆଧାରରେ ବିଦ୍ୟାଳୟ ଆଲଟ୍ମେଣ୍ଟ କରାଯିବ।
ନାମଲେଖା ପ୍ରକ୍ରିୟା
ଏପ୍ରିଲ ୨୫ରୁ ମେ’ ୭ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା।
ମେ’ ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ।
ମେ’ ୨୭ରୁ ଯୋଗ୍ୟ ବିଦ୍ୟାଳୟଗୁଡ଼ିକରେ ନାମଲେଖା।
ଜୁନ୍ ୧୦ରେ ଅବଶିଷ୍ଟ ଛାତ୍ରୀଛାତ୍ରୀଙ୍କ ପାଇଁ କଟ୍ ଅଫ୍ ତାଲିକା ପ୍ରକାଶ।
ସ୍କୁଲ ପଞ୍ଜୀକରଣ ଓ ନିର୍ଦ୍ଦେଶ
ମାର୍ଚ୍ଚ ୩୧ରେ ସ୍କୁଲଗୁଡ଼ିକର ପଞ୍ଜୀକରଣ ଏବଂ କାଗଜପତ୍ର ଯାଞ୍ଚ ଶେଷ ହେବ। ସ୍ବତନ୍ତ୍ର ଏବଂ ସୁଚାରୁ ଭାବେ ଏହି ପ୍ରକ୍ରିୟା ଚାଲିବା ପାଇଁ ପାରଦର୍ଶୀ ପୋର୍ଟାଲ ଖୋଲାଯାଇଛି।ଏହି ବ୍ୟବସ୍ଥା ଯୋଗୁଁ ଏବେ ଅର୍ଥନୈତିକ ଦୃଷ୍ଟିରୁ ଅସମର୍ଥ ପରିବାରର ଛାତ୍ରୀଛାତ୍ରୀ ମଧ୍ୟ ଗୁଣସମ୍ପନ୍ନ ଘରୋଇ ବିଦ୍ୟାଳୟରେ ମାଗଣା ଶିକ୍ଷା ନେଇପାରିବେ।