Hot Posts

6/recent/ticker-posts

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତ ଟିଉସନ୍ ସାର୍‌ କୁ ୨୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର, ୧୪/୩ : ଚାରି ବର୍ଷ ପରେ ଅବଶେଷରେ ଏକ ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ଟିଉସନ୍‌ ଶିକ୍ଷକ କୃପାସିନ୍ଧୁ ନାୟକ ଓରଫେ କୁନା (୨୬)ଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଇ ନ୍ୟାୟାଳୟ ଏକ ନମୁନା ସୃଷ୍ଟି କରିଛି। ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗୁରୁବାର ଏହି ରାୟ ପ୍ରକାଶ କରିଛି।ନ୍ୟାୟାଧୀଶ ଶୁଭଞ୍ଜନ ମହାନ୍ତି ଅଭିଯୁକ୍ତ କୁନାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଶି ଅନାଦାୟ କଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ।ନ୍ୟାୟାଳୟ ଆହୁରି ନିର୍ଦ୍ଦେଶ ଦେଇଛି ଯେ, ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧୀକରଣ (DLSEA) ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବ।

ଏହି ମାମଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଥିଲା, ଯେଉଁଠି ଟିଉସନ୍‌ ଶିକ୍ଷକ ହିସାବରେ ଜଣାଶୁଣା କୃପାସିନ୍ଧୁ ନାୟକ ନାବାଳିକାଙ୍କୁ ଦୀର୍ଘ ଅବଧି ଧରି ଯ଼ଞ୍ଚନା କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ନ୍ୟାୟାଳୟର ଏହି ରାୟ ନ୍ୟାୟ ପ୍ରତି ବିଶ୍ୱାସ ବୃଦ୍ଧି କରିବା ସହ ନାବାଳିକାମାନଙ୍କୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିନବ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।