Hot Posts

6/recent/ticker-posts

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ l

ଝରିଗାଁ, ୧୧/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଳକର ବେଲଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କରମରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର, ଭିକ୍ଷା ଆବାହକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁଣଧର ଗଣ୍ଡଙ୍କ ଦ୍ଵାରା ମହାସମାରୋହରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି l ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ବିଭିନ୍ନ ପ୍ରତିଯୋଗୀତା ଯଥା -ନୃତ୍ୟ, ଚିତ୍ରାଙ୍କନ, ଶ୍ରୁତଲିଖନ, ସଙ୍ଗୀତ, ଶିଳ୍ପକଳା, ପ୍ରବନ୍ଧ, ତର୍କ, ଗଣିତ କୁଇଜ୍, ପ୍ରାଞ୍ଜଳ ଭାଷଣ ପ୍ରଣାଳୀ (ଇଲୋକେସନ), ପି ଏମ୍ ପୋଷଣ ଉପରେ ବିଷୟ ବସ୍ତୁ ରହିଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ସହ ୫୫୦ ଜଣଙ୍କ ମଧ୍ୟରୁ ୧୬୦ ଜଣ ପ୍ରତିଯୋଗୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ ll ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି - ଭୈରବ ନାୟକ ଅଧକ୍ଷ ସେକେଣ୍ଡାରୀ ବିଦ୍ୟାଳୟ ବେଲଗାଁ, ଜୀବନ ପ୍ରକାଶ ନାୟକ ପ୍ରଧାନ ଶିକ୍ଷକ ବେଲଗାଁ ସରକାରୀ ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚବିଦ୍ୟାଳୟ, ଗୌରୀ ପଣ୍ଡା ପ୍ରଧାନ ଶିକ୍ଷକ ଚିଙ୍ଗୁଡ଼ିଗୁଡ଼ା, କୋଦଭଟ୍ଟା ଉଚ୍ଚ ପ୍ରାଥମିକର ପ୍ରଧାନ ଶିକ୍ଷକ ଜୟରାମ ଭତ୍ରା, ଡି ଏନ୍ କେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵଦେବ ନାୟକ ଓ କରମରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପଞ୍ଚମ ଶଙ୍କର ଜେନା ମଞ୍ଚ ଉପରେ ଉପବେଶନ କରିଥିବା ବେଳେ ସମ୍ମୁଖରେ ଛାତ୍ରଛାତ୍ରୀ, ଅଭିଭାବକବୃନ୍ଦ ଉପସ୍ଥିତ ଥିଲେ,  ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପାତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ବୃନ୍ଦ ଗୋଷ୍ଟୀ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଯୋଗୀତାରେ ଭାଗ ନେବେ l  ପାଠ ସହିତ ବିଭିନ୍ନ କ୍ରୀଡା କରିବା ଦ୍ୱାରା ଶରୀର ସୁସ୍ଥ, ମନ ପ୍ରଫୁଲ୍ଲ ରହିବା ସହିତ ନିରୋଗ ରହିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠି ଥିଲା ମଞ୍ଚ, ଛାତ୍ରଛାତ୍ରୀ ମାନଙ୍କ ମନରେ ଭରି ଉଠିଥିଲା ଅଫୁରନ୍ତ ଆନନ୍ଦ l ଶେଷରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା l