ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ର ଧାମନଗୁଡା ନିକଟରେ ଭାସୁଥିବା ଅବସ୍ଥାରେ ମହିଳା ଙ୍କ ମୃତ ଦେହ ଉଦ୍ଧାର I
କଳାହାଣ୍ଡି, ୧୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଆଜି ଶୁକ୍ରବାର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ର ଧାମନଗୁଡା ନିକଟରେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ନେଇ ଜୟପାଟଣା ପୋଲିସ କୁ ସୂଚନା ଦିଆଯାଇଥିଲା । ଏହି ସୂଚନା କୁ ଭିତ୍ତି କରି ଜୟପାଟଣା ପୋଲିସ ଓ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ସୁରକ୍ଷିତ ଭାବେ ଭାସୁଥିବା ମୃତ ମହିଳାଙ୍କ ଶଵ ଉଦ୍ଧାର କରିଥିଲେ । ମୃତ ମହିଳା ଜଣକ ଜୟପାଟଣା ଥାନା ଅଧିନସ୍ଥ କନକପୁର ଗ୍ରାମର ସୁଭଦ୍ରା ମାଝୀ,ଗତକାଲି ସନ୍ଧ୍ୟାରେ ସୁଭଦ୍ରା ଶୌଚ ପାଇଁ ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କୁ ଯାଇଥିଲା । ଶୌଚ ସମୟରେ ସୁଭଦ୍ରା ଙ୍କର ଗୋଡ ଖସି ଗଭୀର ପାଣି ରେ ପଡିଯାଇ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସୁଭଦ୍ରା ର କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଧାମନଗୁଡା ନିକଟରେ କେନାଲ ର ଗଭୀର ପାଣିରେ ମହିଳା ଙ୍କ ମୃତ ଦେହ ଭାସୁଥିବା ନେଇ ସୂଚନା ପାଇଥିଲେ। ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସୂଚନା ପାଇ ଜୟପାଟଣା ପୋଲିସର ଉପସ୍ଥିତରେ ଅଗ୍ନିଶମ ବିଭାଗ କର୍ମଚାରୀ କେନାଲ ପାଣି ରୁ ମୃତ ମହିଳା ସୁଭଦ୍ରା ମାଝୀଙ୍କ ଶବ ଉଦ୍ଧାର କରିଥିଲେ I ଏହା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତରିତ କରାଯାଇଥିଲା I ଶବ ବ୍ୟବଚ୍ଛେଦ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ଶବକୁ ହସ୍ତାନ୍ତର କରାଯାଇଥିଲା I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ