Hot Posts

6/recent/ticker-posts

ଧର୍ମଗଡ଼,ଗୋଲାମୁଣ୍ଡା ଓ କୋକସରା ବ୍ଲକର ବିଭିନ୍ନ ପି.ଏମ୍‌.ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶକ I

କଳାହାଣ୍ଡି, ୧୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼, ଗୋଲାମୁଣ୍ଡା ଓ କୋକସରା ବ୍ଲକ ବିଦ୍ୟାଳୟ ପରିଦର୍ଶନ ସମୟରେ ମଦ୍ୟପାନ ଅଭିଯୋଗରେ ସି.ପି.ଏସ୍ ଧର୍ମଗଡ଼ର ପ୍ରଧାନଶିକ୍ଷକ ନିଲମ୍ବିତ I ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ବିଭୁ ପ୍ରସାଦ ତରାଇ ଏବଂ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ପି.ଏମ୍‌.ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନର ଗୁଣବତ୍ତା,ବିଦ୍ୟାଳୟର ପରିବେଶ ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେମାନେ ଧର୍ମଗଡ଼, ଗୋଲାମୁଣ୍ଡା ଓ କୋକସରା ବ୍ଲକର ବିଭିନ୍ନ ପି.ଏମ୍‌.ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଧର୍ମଗଡ଼ସ୍ଥିତ କେ.ଡି.ଏନ୍‌.ୟୁ.ପି.ଏସ୍‌ ପରିଦର୍ଶନ ବେଳେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଧର୍ମଗଡ଼ର ପ୍ରଧାନଶିକ୍ଷକ ବିଶ୍ୱ ରଞ୍ଜନ ବେହେରା ବିଦ୍ୟାଳୟ କାର୍ଯ୍ୟ ସମୟରେ ମଦ୍ୟପାନ କରିଥିବା ଏବଂ ଅଧିକାରୀମାନଙ୍କ ସହ ଅନାବଶ୍ୟକ ଭାବେ କଥାବାର୍ତ୍ତା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା I ଘଟଣାକୁ ଗୁରୁତ୍ୱର ସହ ନେଇ ଯୁଗ୍ମ ନିର୍ଦ୍ଦେଶକ ତରାଇ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବେହେରାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ I ଏହାପରେ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆଦେଶ ସଂଖ୍ୟା ୨୬୮୫, ୧୬.୧୦.୨୦୨୬ ତାରିଖ ଅନୁଯାୟୀ ବିଶ୍ୱ ରଞ୍ଜନ ବେହେରାଙ୍କୁ ନିଲମ୍ବନ କରିଛନ୍ତି I ବିଦ୍ୟାଳୟ ହେଉଛି ଶିକ୍ଷା ଓ ଶୃଙ୍ଖଳାର ମନ୍ଦିର ଶିକ୍ଷକ ମାନଙ୍କଠାରୁ ଉଚ୍ଚ ନୈତିକତା, ଦାୟିତ୍ୱବୋଧ ଓ ଶୃଙ୍ଖଳା ଆଶା କରାଯାଏ । ଏହି ଘଟଣା ଶିକ୍ଷା ବିଭାଗରେ କର୍ତ୍ତବ୍ୟରେ ଅବହେଳା ଓ ବିଦ୍ୟାଳୟ ସମୟରେ ଅନୁଶାସନ ହୀନ ଆଚରଣ ପ୍ରତି ବିଭାଗର କଠୋର ମନୋଭାବକୁ ପ୍ରତିଫଳିତ କରୁଛି I


କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ