Hot Posts

6/recent/ticker-posts

ଓଡ଼ିଶା ଭିଜିଲାନ୍ସର ବଡ଼ ସଫଳତା ୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାଥ ମାମଲା I

କଳାହାଣ୍ଡି, ୨୬/୧୦ ( ବିଷ୍ଣୁ ଚାରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସଦର ମହକାମାରେ ଓଡିଶା ଭିଜିଲାନ୍ସ ବଡ ସଫଳତା ୨. ୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଳI ୦୬ ମାସ ପରେ ଫେରାର ବନ ସହାୟକ ବାବୁଲୁ ସୁନା ଗିରଫ ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା । ନୂଆପଡା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡି.ଏଫ୍.ଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାବୁଲୁ ସୁନାଙ୍କୁ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ କରିଛନ୍ତି ଭିଜିଲାନ୍ସ ବିଭାଗ I ଗତ ୬ ମାସ ହେବ ଫେରାର ଥିବା ବାବୁଲୁଙ୍କୁ ଶନିବାର ରାତିରେ ବଲାଙ୍ଗୀରରୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଥିଲା । ରବିବାର ଅଭିଯୁକ୍ତ ସୁନାକୁ ଭିଜିଲାନ୍ସ ଭବାନୀପାଟଣା ସ୍ଥିତ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି I ସେଠାରେ ତାଙ୍କ ଜାମିନ ନ ମିଳିବାରୁ ଅଭିଯୁକ୍ତ ସୁନାଙ୍କୁ ଜେଲ ଯିବାକୁ ପଡିଛି । ଅଭିଯୋଗ ଅନୁଯାୟୀ,ଅଭିଯୁକ୍ତ ବାବୁଲୁ ସୁନା ନିଜ ପଦବୀର ଅପବ୍ୟବହାର କରି ଗତ ୨୦୨୩ ମସିହାରୁ ଏମ.ଏସି.ପି ଓ ଆର୍‌.ଏସି.ପି ଯୋଜନାଁରେ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କାର ନକଲି ମିଥ୍ୟା ବକେୟା ଦରମା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି I ଏଥିରେ ସେ ସଂସ୍ଥାର ପୂର୍ବତନ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ପରିଚୟପତ୍ର ଓ କ୍ରେଡେନସିଆଲ୍ ବ୍ୟବହାର କରି ଏହି ଜାଲିଆତି କରିଥିଲେ । ସେ ସରକାରୀ ପାଣ୍ଠିକୁ ନିଜର ପତ୍ନୀ,ଭାଇ, ଭଉଣୀ ଏବଂ ଦୁଇ ଜଣ ନିକଟତର ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ସେଥିରୁ ଟଙ୍କା ଆତ୍ମସାତ କରୁଥିଲେ । କେବଳ ସେତିକି ନୁହେଁ,ସରକାରୀ ରେକର୍ଡରେ ହେରଫେର କରି ନିଜର ମାସିକ ଦରମା ବୃଦ୍ଧି ମଧ୍ୟ ବେଆଇନ ଭାବେ ବଢ଼ାଇ ଅଧିକ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି I

କଳାହାଣ୍ଡି ଜିଲ୍ଲା,ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ