ଲାଞ୍ଜିଗଡ଼ରେ ଥିବା ବାଇକ୍କୁ କେନ୍ଦୁଝରରୁ ହେଉଛି ଇ-ଚାଲାଣ I
କଳାହାଣ୍ଡି, ୨୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଠାରେ ଥିବା ଏକ ବାଇକ୍ ନାଁରେ କେନ୍ଦୁଝରରୁ ଇ-ଚାଲାଣ ନୋଟିସ୍ ଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇପଡିଛି । ଏହା ଯାନ ପରିଚୟ ଓ ଇ-ଚାଲାଣ ବ୍ୟବସ୍ଥାର ସଠିକତା ନ ନେଇ ପ୍ରଶ୍ନ ଉଠାଇଛି । ସୂଚନା ଅନୁଯାୟୀ, ସିଜି-୦୪ପି.ଏଫ ୧୯୯୩ ନମ୍ବର ବିଶିଷ୍ଟ ବାଇକ୍ ନାଁରେ ଚଳିତ ମାସ ୨୨ ତାରିଖରେ ଇ-ଚାଲାଣ ଜାରି ହୋଇଥିବା ବାର୍ତ୍ତା ମାଲିକଙ୍କ ମୋବାଇଲ୍କୁ ଆସିଛି । ଏଥିରେ ଚାଲାଣ ନମ୍ବର ଉଲ୍ଲେଖ ରହିଛି,ଅଧିକ ତଥ୍ୟ ପାଇଁ କେନ୍ଦୁଝରର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ବାର୍ତ୍ତାରେ କୁହାଯାଇଛି । ଉକ୍ତ ବାଇକ୍ଟି ଲାଞ୍ଜିଗଡ଼ରେ ଥିବା ଏବଂ ଏହାର ଫଟୋ ଓ ସିସିଟିଭି ଦୃଶ୍ୟ ମଧ୍ୟ ରହିଥିବା ଜଣାପଡ଼ିଛି । ତେଣୁ ଗାଡ଼ି ନମ୍ବର ଭୁଲ୍ ଚିହ୍ନଟ, ନମ୍ବର ପ୍ଲେଟ୍ର ଅପବ୍ୟବହାର କିମ୍ବା ପ୍ରଯୁକ୍ତିଗତ ତ୍ରୁଟି, କେଉଁ କାରଣରୁ ଚାଲାଣ ହୋଇଛି,ତାହା ତଦନ୍ତ ସାପେକ୍ଷ ଅଟେ I ଚାଲାଣର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ, ମାଲିକଙ୍କୁ ଅଫିସିଆଲ୍ ଇ-ଚାଲାଣ ପୋର୍ଟାଲ୍ରେ ତଥ୍ୟ ଯାଞ୍ଚ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଘଟଣାର ନିରପେକ୍ଷ ଯାଞ୍ଚ କରି ସତ୍ୟାସତ୍ୟ ସ୍ପଷ୍ଟ କରିବାକୁ ଦାବି ହେଉଛି । ଆମକୁ ବାଇକର ମଲିକ ସମସ୍ତ ଘଟଣା କହିବା ପରେ କାଲି ରାତିରେ ହିଁ ଆର.ଟି.ଓ କେନ୍ଦୁଝର ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ଆମକୁ କୌଣସି ସନ୍ତୁଷ୍ଟ ଲାଗିଲା ଭଳି କଥା କହିନଥିଲେ I
କଳାହାଣ୍ଡି ଜିଲ୍ଲା,ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ