Hot Posts

6/recent/ticker-posts

ଦୁର୍ଗାପୂଜା ପୂର୍ବରୁ ପୋଲିସ ସ୍ୱେଚ୍ଛାସେବୀଙ୍କୁ ସଚେତନତା କାର୍ଯ୍ୟକ୍ରମ

କଟକ, ୧୫/୧୦ ( କାହୁଁ ଚରଣ ବାରିକ ) : ଆଗାମୀ ଦୁର୍ଗାପୂଜା–୨୦୨୬କୁ ଦୃଷ୍ଟିରେ ରଖି କଟକ ସହର ପୋଲିସ ଜିଲ୍ଲା (କଟକ ୟୁପିଡି) ପକ୍ଷରୁ ପୋଲିସ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦୁର୍ଗାପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସ୍ୱେଚ୍ଛାସେବୀମାନଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।