Hot Posts

6/recent/ticker-posts

କଟକ ଲାଇଟ୍ ହାଉସର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ, ୩ ବର୍ଷରେ ୧୭୦୩ ଯୁବକଯୁବତୀଙ୍କ ପ୍ରଶିକ୍ଷଣ, ୮୫୪ ଜଣଙ୍କୁ ନିଯୁକ୍ତି

କଟକ, ୧୪/୧୦ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ କଟକ ଲାଇଟ୍ ହାଉସର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି। ଯୁବକଯୁବତୀଙ୍କୁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂହ ଯୋଗଦେଇ କହିଥିଲେ, ଲାଇଟ୍ ହାଉସ୍ ଯୁବପିଢ଼ିଙ୍କ ଜୀବନରେ ଆଶାର ଆଲୋକ ଭରିବା ସହ ନୂଆ ଦିଗ ଦେଖାଉଛି। କମିଶନର କିରନଦୀପ କୌର ସହୋତା ଏହା ନିଜ ନାମକୁ ସାର୍ଥକ କରୁଥିବା କହିଥିବା ବେଳେ ଡେପୁଟି କମିଶନର ଜୁବୁଲି ଚରଣ ବେହେରା ଲାଇଟ୍ ହାଉସକୁ ଏକ ‘ମଣିଷ ଗଢ଼ା କାରଖାନା’ ବୋଲି ଅଭିହିତ କରିଥିଲେ। ଗତ ତିନି ବର୍ଷରେ ଏଠାରେ ୧୭୦୩ ଜଣ ଯୁବକଯୁବତୀ ଫାଉଣ୍ଡେସନ କୋର୍ସ ସମାପ୍ତ କରିଥିବା ବେଳେ ୮୫୪ ଜଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଉତ୍ସବରେ ଡେପୁଟି ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ମୀନା ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଓ ଅତିଥିମାନେ ଯୋଗଦେଇଥିଲେ। ଏହି ଅବସରରେ ସଫଳ ଯୁବକଯୁବତୀ ଓ ନିଯୁକ୍ତିଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।