ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗ ଆସି ବଙ୍ଗୋପସାଗର ବନ୍ୟା ଅର୍ଣ୍ଣବ ସହ ରାଷ୍ଟ୍ରୀୟ ଚିନ୍ତନ ସମ୍ବାଦ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦାନ
ନୂଆପଡ଼ା, ୨୭/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗ ଆସି ବଙ୍ଗୋପସାଗର ବନ୍ୟା ଅର୍ଣ୍ଣବ ନେଇ ସମୀକ୍ଷା ସହ ରାଷ୍ଟ୍ରୀୟ ଚିନ୍ତନ ସମ୍ବାଦ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦାନ କରିଥିଲେ। ଆବଶ୍ୟକ ନିଆଯାଇଥିବା ପଦକ୍ଷେପ ଅନୁଧ୍ୟାନ କରିଥିବା ବେଳେ ଆସନ୍ତା ଦୁଇ ଦିନ ପାଇଁ ସମସ୍ତ ସତର୍କତା ରହି ସମସ୍ତ ଅଧିକାରୀ ତୁରିତ ସହାୟତା ପ୍ରଦାନ ପାଇଁ ଆହ୍ୱାନ କରିଥିଲେ। ରାଷ୍ଟ୍ରୀୟ ଚିନ୍ତନ ସମ୍ବାଦ ବୁଦ୍ଧିଜୀବୀ ସମ୍ମିଳନୀରେ ଏହି ବୈଠକ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱାରୀ ସାହୁ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ, ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଖରୀଆର ରୋଡ ନଗର ଅଧ୍ୟକ୍ଷା ଡଃ.ସୋନିଆ ଜୈନ, ପ୍ରଧାନ ପାଢ଼ୀ, କ୍ଷୀରୋଦ ନିବାସ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସଡ଼କ ପଥରେ ମନ୍ତ୍ରୀ ଶ୍ରୀଯୁକ୍ତ ମହଲିଙ୍ଗ ଖଡ଼ିଆଳ ଦେଇ ଲ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି। ସେ ନୂଆପଡ଼ା ଏବଂ କଲାହାଣ୍ଡି ଜିଲ୍ଲା ଦାୟିତ୍ୱ ଥିବା ବେଳେ ପ୍ରତିକୂଳ ପରିସ୍ଥିତି ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କୁ ଆହ୍ୱାନ କରିଛନ୍ତି।