Hot Posts

6/recent/ticker-posts

ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ମହିଳା ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ

ଲଇକେରା, ୨୭/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ସ୍ଥିତ ବ୍ଲକ ସଭାଗୃହ ଠାରେ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କ ର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଙ୍କ ଆୟୋଜିତ କାର୍ଯ୍ୟକ୍ରମ ରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଲଇକେରା ବ୍ଲକ କ୍ଷେତ୍ର ପ୍ରଶିକ୍ଷକ ରାଧେଶ୍ୟାମ ନାଏକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମ ର ଲକ୍ଷ୍ଯ ଉଦେଶ୍ଯ ବିଷୟରେ ପୁଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଝାରସୁଗୁଡା ତୁଳାବତୀ ମିଞ୍ଜ, ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ୍, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ରଶ୍ମି ରଞ୍ଜନ ମହାପାତ୍ର, ଆର. ଡବ୍ଲୁ. ଏସ୍.ଏସ୍ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟମଣି ରୋହିଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରତନଦୀପ ହେମ୍ୱ୍ରମ୍, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ପ୍ରମିଳା ମାରାଣ୍ଡି, ଡବ୍ଲୁଇଓ ନିହାର ରଞ୍ଜନ ସାହୁ, ବ୍ଲକ ମୂଖ୍ୟ କିରାଣୀ ବସନ୍ତ କୁମାର ବେହେରା, ବିପିସି ଚିତ୍ତରଞ୍ଜନ ମିଶ୍ର, ଏପିଓ ସୁନୟନା ବେହେରା, ବିପିଏମ୍ ଓଏଲଏମ ପ୍ରସନ୍ନ ମୁଦୁଲି, ବିପିସି ମିଶନ ଶକ୍ତି ମନୀଷ ଗୁରିଆ, ଏଲ ଏସ ବିନତା ପାଣ୍ଡେ, କିଶୋରୀ ଅମାତ୍, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ଯୋଜନା ବିଷୟରେ ଆଲୋଚନା କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମ ରେ ଲଇକେରା ବ୍ଲକ ର ସର୍ବମୋଟ ୩୮ ଜଣ ମହିଳା ପ୍ରତିନିଧି ଉପସ୍ଥିତ ରହି ନିଜ ଗ୍ରାମ ପଞ୍ଚାୟତ ର ସମସ୍ୟା ଗୁଡିକ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲିଭା ମହିଳା ମହାସଂଘ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଝାରସୁଗୁଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଆର ଡବ୍ଲୁ ଏସଏସ କନିଷ୍ଠ ଯନ୍ତ୍ରୀ ଲଇକେରା ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଶେଷରେ ଦି ହଙ୍ଗର ପ୍ରୋଜେକ୍ଟ ର ସହକର୍ମୀ ଦଶମୀ ଭଉଣୀ ଧନ୍ୟବାଦ ଦେଇ ବୈଠକ ସମାପନ କରିଥିଲେ ।