Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ରେ ଫସଲ ରେ ରୋଗ ପୋକ ଆକ୍ରମଣ ଧାନ ଫସଲ ପୋଡିବା ଅଭିଯୋଗ, କୃଷି ଅଧିକାରୀଙ୍କ ଦେଖାନଥିବା ଅଭିଯୋଗ

ନୂଆପଡ଼ା, ୦୩/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ, ଦୋହେଲପଡ଼ା ଗ୍ରାମପଞ୍ଚାୟତ ରେ ଫସଲ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଅଛି। ଆଜି କୃଷକ ଶକ୍ତି ସଙ୍ଗଠନ ପକ୍ଷ ରୁ ଆବାହକ ସଂଜୟ ତିୱାରୀ ଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଧାନ ଫସଲ ବିଳମ୍ବରେ ଚାଷ ଆରମ୍ଭ ହୋଇଥିବା ବେଳେ ଲଘୁଚାପ ଜନିତ ବର୍ଷା ରେ କୃଷକ ମାନେ ଜମିରେ ବାଲିଚର, ଚାଷ ଜମି ହୁଡ଼ା ଭାଙ୍ଗିବା ସହ ଅନେକ ସମସ୍ୟା ସମ୍ମୁଖୀନ ହୋଇଅଛି। ବର୍ତ୍ତମାନ ଚାଷୀଙ୍କ ଫସଲ ରୋଗ ପୋକ ଆକ୍ରମଣ କାରଣ ରୁ ଧାନ ଫସଲ ପୋଡିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ର ସରଜମିନ ତଦନ୍ତ କରିଥିବା ବେଳେ , କୃଷି ଅଧିକାରୀଙ୍କ ଦେଖାନଥିବା ଅଭିଯୋଗ ରେ ଗ୍ରାମବାସୀ ମାନେ ଉତ୍ୟକ୍ତ ରହିଅଛନ୍ତି। ଦୁଇ ଗୋଟି ଗ୍ରାମପଞ୍ଚାୟତ ରେ ଧାନ ଫସଲ ହଳଦିଆ ହେବା ସହ ପୋଡ଼ି ଯାଉଅଛି। କୃଷି ବିଭାଗ କିମ୍ବା କୃଷି ବୈଜ୍ଞାନିକ ଙ୍କ ପରାମର୍ଶ ଅଭାବ ରୁ କୃଷକ ମାନେ ଅନ୍ୟ କୌଣସି ପନ୍ଥା ନ ପାଇ ବିଭିନ୍ନ ସାର ଦୋକାନୀ ଙ୍କ ଉପରେ ନିର୍ଭରଶୀଳ ହୋଇ ଅନେକ ଖର୍ଚ୍ଚାନ୍ତ ହେଉଅଛି। କୃଷି ବିଭାଗ କେବଳ ବୈଠକ ଏବଂ କାଗଜ ପତ୍ର ରେ ଚଳାଉଥିବା ବେଳେ କୃଷକଙ୍କ ସ୍ୱର୍ଥ କୁ ଚୁଲିମୁଣ୍ଡ ରେ ପକାଉଛନ୍ତି। କୃଷି ବୈଜ୍ଞାନିକମାନେ ମଧ୍ୟ ଜିଲ୍ଲାର କୃଷି ପରିସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ ଥିବା ବେଳେ କେବଳ କାର୍ଯ୍ୟାଳୟରେ ସୀମିତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଭିଏଡବ୍ଲୁ ଏହି ପରିସ୍ଥିତ ନେଇ ଚାଷୀ କହିବା ସତ୍ତ୍ୱେ ଆସିବା ଦୂରର କଥା ଏକ ବର୍ଷ ପର୍ଯ୍ୟନ୍ତ ଭିଏଡବ୍ଲୁ କିଏ ବୋଲି ଚାଷୀମାନେ ଦେଖିନଥିବା ଅଭିଯୋଗ କରିଛନ୍ତି। ବୈଠକ ବଦଳରେ କ୍ଷେତ୍ର ପରିଦର୍ଶନ ଏବଂ ସିଧା ସଳକ୍ ନାଗରିକଙ୍କ ସହ ସାକ୍ଷାତ କରି ସମସ୍ୟା ଶୁଣି ତାର ତୁରିତ ସମାଧାନ ପାଇଁ ଜିଲ୍ଲା କୃଷି ଶକ୍ତି ସଂଗଠନ ଆବାହକ ଦାବୀ କରିଛନ୍ତି।ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି।