ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ
ସୁବର୍ଣ୍ଣପୁର, ୦୬/୧୦ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂଆଁ ଟାଉନ ହଲରେ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ ମାନନୀୟ ବିଧାୟକ ଶ୍ରୀ ରଘୁନାଥ ଜଗଦଲା ସବୁଜ ପତାକା ଦେଖାଇ କରିଛନ୍ତି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରାଜେଶ ସାହୁ, ଓଏସ୍ଆର୍ଟିସିରୁ ଜେ. ଏମ. ଲକ୍ଷ୍ମୀ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ। ଆଜି ଅକ୍ଟୋବର ୬ ତାରିଖରେ ୨୧୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ୬ଟି ଶୀତତାପ ନିୟନ୍ତ୍ରିତ ଭଲଭୋ ବସରେ ରାତ୍ରି ଭୋଜନ କରି ପୁରୀ ଅଭିମୁଖେ ବାହାରିଛନ୍ତି। ୬ଟି ବସରେ ୬ ଜଣ ଏସ୍କର୍ଟ ଅଫିସର ତାଙ୍କ ସହିତ ଯାଉଛନ୍ତି। ଯାତ୍ରୀମାନେ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ ଏବଂ ଶ୍ରୀକ୍ଷେତ୍ର ଦର୍ଶନ କରି କାଲି ସନ୍ଧ୍ୟାରେ ପୁରୀରୁ ପ୍ରସ୍ଥାନ କରିବେ। ସେହିପରି, ଆସନ୍ତାକାଲି ମଧ୍ୟ ୨୮୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ୧୨ ଜଣ ଏସ୍କର୍ଟ ଅଫିସରଙ୍କ ସହିତ ପୁରୀ ବାହାରିବେ। ଏହି ବରିଷ୍ଠ ନାଗରିକମାନଙ୍କର ରହିବା, ଖାଇବା ଏବଂ ଯାତାୟାତ ସମସ୍ତ ଖର୍ଚ୍ଚ ସରକାର ବହ କରୁଛନ୍ତି।