Hot Posts

6/recent/ticker-posts

ସେବା ସଂକଳ୍ପ ଅଭିଯାନ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ

ସୁବର୍ଣ୍ଣପୁର, ୦୬/୧୦ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ନୂଆ ଟାଉନ ହଲଠାରେ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏ ଚାଲିଥିବା ସେବା ସଂକଳ୍ପ ଅଭିଯାନ ୨୦୨୬ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମାନନୀୟ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ସାମାଜିକ କର୍ମୀ ଶ୍ରୀ ବେଣୁଧର ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ସମାଜସେବୀ ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ବନ୍ଦେ ମାତରମ ଗୀତ ଗାନ ହୋଇଥିଲା ଏବଂ ଏହା ପରେ ମୋଦିଙ୍କ ଦେଶ ସେବା ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରେରିତ ସାଂସ୍କୃତିକ ଦଳ ପକ୍ଷରୁ ୩୦ ମିନିଟ୍‌ ଧରି ପରିବେଷଣ କରାଯାଇଥିଲା। ବିଧାୟକ ଶ୍ରୀ ଜଗଦଲା ମୋଦିଙ୍କ ଶାସନ କାଳରେ ହୋଇଥିବା ଉନ୍ନତି ଏବଂ ତାଙ୍କର ଦେଶ ସେବା ମନୋଭାବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏହି ସମସ୍ତ କାର୍ଯ୍ୟର ମୂଳ ଲକ୍ଷ୍ୟ ହେଉଛି ବିକାଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ବିକାଶ। ମୋଦିଙ୍କ ଶାସନ କାଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହୋଇଛି ଏବଂ ଲୋକଙ୍କ ଆୟ ମଧ୍ୟ ବଢ଼ିବା କଥା ସେ କହିଥିଲେ।