Hot Posts

6/recent/ticker-posts

ଜଗତିପୁର ପଂଚାୟତରେ କଂଗ୍ରେସ ଦଳର ମିଶ୍ରଣ ଅନୁଷ୍ଠିତ

ବାଲିଆପାଳ, ୨୭/୧୦ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗତିପୁର ପଂଚାୟତରେ ଥିବା ମେଣ୍ଢାପଡା ରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ରେ ପଂଚାୟତରେ ସଭାପତି ତଥା ସରପଞ୍ଚ ସୁବାସ ବେହେରା ଙ୍କ ନେତୃତ୍ବରେ ସୁଧାସିନ୍ଧୁ ସାହୁଙ୍କ ସଭାପତିତ୍ବ ରେ ବାଲିଆପାଳ ବ୍ଲକ କଂଗ୍ରେସ ସଭାପତି ମୂରଲୀମୋହନ ସାହୁ , କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜନ ନାୟକ, ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ଉପସ୍ଥିତ ଥିଲେ । ଅନ୍ୟ ଦଳ ଛାଡି ଶତାଧିକ କର୍ମୀ କଂଗ୍ରେସ ଦଳର ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସେକ୍ ଆବାସ , ସେକ ଲୋକମାନ ,ସେକ ବାବୁଲ ,ସେକ ମସୁଦ, ସେକ ଆପ୍ରକ, ସେକ ଚୁଟିଆ ,ସେକ ତାଲିଫ, ସେକ କବାତ ଙ୍କ ସମେତ ବହୁ କର୍ମୀ ଅନ୍ୟ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉମେଶ ନାୟକ ସଂଜୟ ପାତ୍ର, ବିରଂଚି ପାତ୍ର, ଶିବପ୍ରସାଦ ଜେନା ଅରବିନ୍ଦ ଜେନା,ସୁଜିତ ପଣ୍ଡା ,ପ୍ରଦୀପସେଠି , ସାଧୁ ଚରଣ ସି, ରବିନ୍ଦ୍ର ବିଶ୍ବାଳ , ବରେନ୍ଦ୍ର ରାଉତ , କାହ୍ନୁ ପରିଡା ପ୍ରମୁଖ କଂଗ୍ରେସ କର୍ମି ଉପସ୍ଥିତ ଥିଲେ ।