Hot Posts

6/recent/ticker-posts

ନବନିଯୁକ୍ତ_ପୋଲିସ୍_SI ସ୍ୱତନ୍ତ୍ର_ଓରିଏଣ୍ଟେସନ୍_କାର୍ଯ୍ୟକ୍ରମ

କଟକ, ୦୬/୧୦ : (କାଁହୁଚରଣ ବାରିକ) : କଟକ ଆଇପିଏସ୍ ଅଫିସର ମେସ୍ ଠାରେ କେନ୍ଦ୍ରାଞ୍ଚଳ ଆଇଜି ରେଞ୍ଜ ଅଧୀନରେ ଥିବା ୭ଟି ଜିଲ୍ଲାର ୭୦ ଜଣ ନବନିଯୁକ୍ତ ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ୍ ବିଭାଗରେ ନୂଆ କରି ଯୋଗଦେଇଥିବା ଏହି ଅଧିକାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହିତ ଦାୟିତ୍ୱ ତୁଲାଇବା ବେଳେ କେଉଁ କେଉଁ ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ସେନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ପ୍ରତ୍ୟେକ ଅଞ୍ଚଳର ସ୍ଥାନୀୟ ପରିସ୍ଥିତି, ସଂସ୍କୃତି, ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥାକୁ ବୁଝିବା ପରେ କିଭଳି ଭାବରେ ପୋଲିସ୍ ଅଧିକାରୀମାନେ ନିଜର କାର୍ଯ୍ୟ ସମ୍ପାଦନ କରିବେ ସେଦିଗରେ ନବନିଯୁକ୍ତ ଏସ୍‌ଆଇମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା । ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା, ସମ୍ବେଦନଶୀଳ ଘଟଣାରେ ଧୈର୍ଯ୍ୟର ସହିତ ପଦକ୍ଷେପ ନେବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହିତ ମୁକାବିଲା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏହା ସହିତ ବର୍ତ୍ତମାନ ସମୟରେ ପୋଲିସ୍ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପ ଓ ମାନସିକ ଚାପର ସମ୍ମୁଖୀନ ହେଉଥିବାରୁ, ଏଭଳି ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରି ଚାପମୁକ୍ତ ଭାବରେ ଦାୟିତ୍ୱ ତୁଲାଇହେବ । ନବନିଯୁକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ନେବା ସହିତ ନିଜର ମାନସିକ ସନ୍ତୁଳନ ବଜାୟ ରଖି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପୋଲିସ୍ ସେବାରେ ନୂଆ ଦାୟିତ୍ୱ ନେଇଥିବା ଏହି ୭୦ ଜଣ ଏସ୍‌ଆଇଙ୍କ ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ନୂଆ କାର୍ଯ୍ୟକ୍ଷେତ୍ର, ଦାୟିତ୍ୱ ଓ ଚ୍ୟାଲେଞ୍ଜକୁ ବୁଝିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ସତ୍ୟଜିତ୍ ନାୟକ ।