ଉପଯୁକ୍ତ ସୁଯୋଗ ପିଲାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରେ - ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ
ସିନାପାଲି, ୧୨/୧୦ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଗୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଛି ା ଏଥିରେ କ୍ଲଷ୍ଟର ଅନ୍ତର୍ଗତ ଵିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ସୃଜନଶୀଳତା, ନୃତ୍ୟ, ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ା ଏ ଅବସରରେ ସିଆରସିସି ବିଭୁତି ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ଯଅତିଥି ଭାବରେ ସମିତି ସଭ୍ୟା ପଙ୍କଜିନୀ ବାଗ ଓ ମୁଖ୍ଯବକ୍ତା ଭାବରେ ଶିକ୍ଷକ ବୈଷ୍ଣବ ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ନାଏକ, ଭରତ ଚନ୍ଦ୍ର ବାଗ, ମହେନ୍ଦ୍ର ବାଗ, ବିବେକାନନ୍ଦ ଭୋଇ, ନିକୁଞ୍ଜ ବିହାରୀ ସା ଉପସ୍ଥିତ ଥିଲେ l ଏ ଅବସରରେ ପ୍ରତି ପିଲାଙ୍କ ଭିତରେ ପ୍ରତିଭା ରହିଛି l ଉପଯୁକ୍ତ ସୁଯୋଗ ପ୍ରଦାନ ହିଁ ସେହି ପ୍ରତିଭା ପ୍ରଦର୍ଶନ ନିମନ୍ତେ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଏ ବୋଲି ବକ୍ତାମାନେ ନିଜ ମତ ରଖିଥିଲେ l ଜ୍ଞାନରଞ୍ଜନ ସୁନାନୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ପ୍ରଶାନ୍ତ ଠାକୁର, ବିବେକାନନ୍ଦ ଭୋଇ, ତୋଷଣ ବୈଠାରୁ, ଶିବପ୍ରସାଦ ମେହେର, ପ୍ରେମାନନ୍ଦ ମେହେର, ଗିତେଶ୍ୱର ଶବର, ନମିତା ବେହେରା, ନିବେଦିତା ବେହେରା, ବାସୁଦେବ ବିଶି, ବୈଷ୍ଣବ ମେହେର, ସୋନାଲି ସାମନ୍ତରାୟ, ନିହାର ରଞ୍ଜନ ଖମାରୀ, ଇନ୍ଦୁମୁଖି ମାଝୀ, ନିରଞ୍ଜନ ବୈଠାରୁ, ନିକୁଞ୍ଜ ବିହାରୀ ସା, ଚନ୍ଦନ ସୁନାନୀ, ପ୍ରଶାନ୍ତ ଜଗତ, ରମେଶ ପଟେଲ, ନବୀନ କୁମାର ବେହେରା ଯୋଗ ଦେଇଥିଲେ ା ବିଜେତାଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମୁଖ୍ୟଆକର୍ଷଣ ହୋଇଥିଲା ବେଳେ ଏହାକୁ ଶିବପ୍ରସାଦ ମେହେର ଓ ସୋନାଲି ସାମନ୍ତରାୟ ପରିଚାଳନା କରିଥିଲେ l