Hot Posts

6/recent/ticker-posts

ବାତ୍ୟା ମୁକାବିଲା ପାଇଁ ରାୟଗଡ଼ା ପ୍ରଶାସନ ପ୍ରସ୍ତୁତ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ରାୟଗଡା, ୨୬/୧୦ ( ଭି. ଗୌରୀ ଶଙ୍କର ରାଓ ) : ବାତ୍ୟା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି! ଜିଲ୍ଲା ଓ ବ୍ଲକ୍ ସ୍ତରରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍। ଜରୁରୀ ସହାୟତା ପାଇଁ ଯୋଗାଯୋଗ ନମ୍ବର ହେଉଛି ୦୬୮୫୬-୨୨୪୦୬୨। ଉଦ୍ଧାର କାର୍ଯ୍ୟ ପାଇଁ ଗୁଣୁପୁରରେ ୩ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ ହୋଇଛନ୍ତି। ବିଷମକଟକ ବ୍ଲକ୍‌ରେ ମଧ୍ୟ ଗୋଟିଏ ଟିମ୍ ପ୍ରସ୍ତୁତ ରହିଛି। ୧୧ଟି ଅଗ୍ନିଶମ ଟିମ୍ ସହ ଗୁଣୁପୁର, ଗୁଡ଼ାରୀ ଓ କଲ୍ୟାଣସିଂହପୁରରେ ୩ଟି ପାୱାର ବୋଟ୍ ରଖାଯାଇଛି। ଜିଲ୍ଲାର ୧୪୮ଟି ଅସୁରକ୍ଷିତ ଗାଁ ଚିହ୍ନଟ ହୋଇଥିବା ବେଳେ ୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ସମୟରେ ଖାଦ୍ୟ ସଙ୍କଟ ଏଡ଼ାଇବା ପାଇଁ ମହଜୁଦ ରଖାଯାଇଛି ୪୦ କ୍ୱିଣ୍ଟାଲ ଚୁଡ଼ା, ୫୦ କ୍ୱିଣ୍ଟାଲ ଗୁଡ଼, ୩ ହଜାର ୬୦୦ଟି କ୍ୟାଣ୍ଡି, ୯୬ ହଜାର ୯୦୦ଟି ଦିଆସିଲି ଓ ୧ ଲକ୍ଷ ୭୪ ହଜାର ୮୦୦ଟି ବିସ୍କୁଟ। ସେପଟେ, ୫୯ ଜଣ ଗର୍ଭବତୀ ମହିଳାଙ୍କୁ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି। ଆଜି ୧୩ଟି ପ୍ରସବରେ ୧୪ ଜଣ ଶିଶୁ ଜନ୍ମ ହୋଇଥିବା ସୂଚନା ମିଳିଛି। ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ।